ସେକ୍ସ ସ୍କାଣ୍ଡାଲରେ ଫସିଲେ ପ୍ରଜ୍ଜ୍ୱଳ ରେଭାନ୍ନା । ମହିଳା କର୍ମୀଙ୍କୁ ଯୌନ ଶୋଷଣର କରୁଥିଲେ ଭିଡିଓ । ନିର୍ବାଚନ ବେଳେ ହେଲା ଭିଡିଓ ଭାଇରାଲ

241

କନକ ବ୍ୟୁରୋ: ଅଡୁଆରେ ଜେଡିଏସ୍ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡଙ୍କ ନାତି ପ୍ରଜ୍ଜ୍ୱଳ ରେଭନ୍ନା । ଅଶ୍ଳୀଳ ଭିଡିଓ ମାମଲାରେ ପ୍ରଜ୍ଜ୍ୱଳଙ୍କ ସମସ୍ୟା ବଢିବାରେ ଲାଗିଛି । ମହିଳାକର୍ମୀଙ୍କୁ ବ୍ଲାକମେଲ କରି ସେମାନଙ୍କୁ ନିର୍ଯାତନା ଦେଉଥିବାର ନୂଆ ଅଭିଯୋଗ ଆସିଛି ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ । ଏହାକୁ ନେଇ କର୍ଣ୍ଣାଟକ ରାଜନୀତିରେ ବଡ ଧରଣ ଝଡ ସୃଷ୍ଟି ହୋଇଛି । ସେପଟେ ବିବାଦ ଭିତରେ ବିଦେଶ ଫେରାର ହୋଇ ଯାଇଛନ୍ତି ପ୍ରଜ୍ଜ୍ୱଳ ।

  • ବିବାଦରେ ଦେବେଗୌଡ଼ାଙ୍କ ନାତି
  • ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
  • ଅଶ୍ଳୀଳ ଭିଡିଓ ମାଧ୍ୟମରେ କରୁଥିଲେ ବ୍ଲାକମେଲ୍ 

ଜେଡିଏସ୍ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ହୋଇଛି ବିକ୍ଷୋଭ ପ୍ରତିବାଦ । ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ପ୍ରଜ୍ଜ୍ୱଳଙ୍କୁ ତୁରନ୍ତ ଗିରଫ କରିବା ଅଭିଯୋଗରେ ସୋମବାର ବେଙ୍ଗାଲୁରୁରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଅଶ୍ଳୀଳ ଭିଡିଓ ମାମଲାରେ ପ୍ରଜ୍ଜ୍ୱଳଙ୍କ ସମସ୍ୟା ବଢିବାରେ ଲାଗିଛି । ଏହି ମାମଲା ସହ ଜଡିତ ଅନେକ ଆପତିଜନକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ରବିବାର ପ୍ରଜ୍ଜ୍ୱଳଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିବାବେଳେ ସେ ଦେଶ ଛାଡି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ତାଙ୍କ ଘରେ କାମ କରୁଥିବା ମହିଳା ଯୌନ ନିର୍ଯାତନାର ଅଭିଯୋଗ କରିଛନ୍ତି । ଏହି ମାମଲା ତଦନ୍ତ ଏବେ ଏସଆଇଟି ଦ୍ୱାରା କରାଯାଉଛି । ଏଡିଜି ବିଜୟ କୁମାରଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି କମିଟି ଏହି ଅଶ୍ଳୀଳ ଭିଡିଓ ମାମଲାର ତଦନ୍ତ କରୁଛନ୍ତି । ପୂର୍ବରୁ ପ୍ରଜ୍ଜ୍ୱଳ ରେଭନ୍ନା ଓ ତାଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଜଣେ ବିଜେପି ନେତା । ୨୦୨୩ ମସିହାର ଡିସେମ୍ବର ମାସରେ ଏନେଇ ଏକ ଚିଠି ରାଜ୍ୟ ସଭାପତିଙ୍କୁ ଲେଖିଥିଲେ ।

  • ୩୦୦୦ ଅଶ୍ଳୀଳ ଭିଡିଓ ଥିବା ଏକ ପେନଡ୍ରାଇଭ ଅଛି
  • ଭିଡିଓରେ ପ୍ରଜ୍ଜ୍ୱଳ ରେଭାନ୍ନା ମହିଳାଙ୍କ ଯୌନ ଶୋଷଣ କରୁଥିବା ଅଭିଯୋଗ
  • ଭିଡିଓ ଜରିଆରେ ମହିଳା କର୍ମଚାରୀଙ୍କୁ ବ୍ଲାକ୍ମେଲ୍ କରୁଥିଲେ ରେଭାନ୍ନା
  • ଜେଡି(ଏସ୍) ମେଣ୍ଟ କଲେ ବିଜେପି ପାଇଁ ଘାଟା ସାବ୍ୟସ୍ତ ହୋଇପାରେ
  • କର୍ଣ୍ଣାଟକରେ ଜେଡି(ଏସ୍) ସହ ମେଣ୍ଟ କରିଛି ଭାରତୀୟ ଜନତା ପାର୍ଟି

କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଥିଲା । ଏହାକୁ ନେଇ ରେଭାନ୍ନାଙ୍କ ବିରୋଧରେ ଏକାଧିକ ମାମଲା ମଧ୍ୟ ରୁଜୁ ହେଲା । ରେଭାନ୍ନା କର୍ଣ୍ଣାଟକ ହାସନ ଲୋକସଭା ଆସନରୁ ଏନଡିଏର ଲୋକସଭା ପ୍ରାର୍ଥୀ ରହିଛନ୍ତି । ଆଉ ଏଠାରେ ଗତ ଏପ୍ରିଲ ୨୬ରେ ମତଦାନ ମଧ୍ୟ ଶେଷ ହୋଇଛି । ସେପଟେ ଜେଡିଏସ୍ ନେତା ମଧ୍ୟ ରେଭାନ୍ନାଙ୍କ ବହିଷ୍କାର ଦାବି କରିଛନ୍ତି ।