ବେଆଇନ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା । ମମତା ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

295

କନକ ବ୍ୟୁରୋ: ବେଆଇନ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ପଶ୍ଚିମବଙ୍ଗରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଏହି ମାମଲାରେ ସିବିଆଇ ତଦନ୍ତ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନାୟାଳୟ । ନିକଟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ମମତା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ମାସରେ କଲିକତା ହାଇକୋର୍ଟ ଶିକ୍ଷକ ନିଯୁକ୍ତିରେ ହୋଇଥିବା ୨୪ ହଜାର ନିଯୁକ୍ତିକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ । ଏଥିସହ ୨୦୧୬ ସ୍କୁଲରେ ଚାକିରି କରି ଶିକ୍ଷକ ଓ ଅଣ- ଶିକ୍ଷକ ପାଇଥିବା ଦରମାକୁ ଫେରାଇବାକୁ କହିଥିଲେ କଲିକତା ହାଇକୋର୍ଟ । ଏବେ ଏହି ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ନିଯୁକ୍ତି ଭିତରେ କେଉଁ ଗୁଡିକ ଉଚିତ୍ ନିଯୁକ୍ତି ତାହା କିପରି ଦର୍ଶା ଯାଇପାରିବ ବୋଲି କୋର୍ଟ ସିବିଆଇକୁ ପ୍ରଶ୍ନ କରିଥିଲେ ।