ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି: ଭରଣପୋଷଣ ଭତ୍ତା ପାଇଁ ମହିଳାଙ୍କୁ ଦେବାକୁ ପଡିବନି ବୈବାହିକ ପ୍ରମାଣପତ୍ର

46

କର୍ଣ୍ଣାଟକ ହାଇକୋର୍ଟର ଏକ ନିଷ୍ପତିକୁ ରଦ୍ଦ କରିବାକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛି କି, କୌଣସି ବି ମହିଳାଙ୍କୁ ସ୍ୱାମୀ ଦ୍ୱାରା ପ୍ରଦାନ କରାଯାଉଥିବା ଭରଣପୋଷଣ ଭତ୍ତା ପାଇବା ପାଇଁ ନିଜ ବିବାହ ସହ ଜଡିତ କୌଣସି ବି ଠୋସ୍ ପ୍ରମାଣପତ୍ର ଦେବାକୁ ବାଧ୍ୟ ନୁହନ୍ତି । ନିଜର ଦାବି ପାଇଁ ସେ ବିବାହ କରିଛନ୍ତି, ଏଥିପାଇଁ ନା ହିଁ କୌଣସି ଠୋସ୍ ପ୍ରମାଣ ତାଙ୍କୁ ଦେଖାଇବାକୁ ପଡିବ । ନିଜର ଏହି ନିର୍ଦ୍ଦେଶ ସହିତ ହିଁ ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣାଟକ ହାଇକୋର୍ଟର ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି । ଯେଉଁଥିରେ କର୍ଣ୍ଣାଟକ ହାଇକୋର୍ଟ ଜଣେ ମହିଳାଙ୍କ ଭରଷପୋଷଣ ଭତା ଦେବାକୁ ମନା କରିଦେଇଥିଲେ । ଦୁଇ ଜଣିଆ ଖଣ୍ଡପୀଠରେ ପୀଡିତାଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏଭଳି ନିଷ୍ପତି ନିଆଯାଇଛି । ଏହି ଅବସରରେ ସୁପ୍ରିମକୋର୍ଟ କହିଛି କି, ପତ୍ନୀର ମୌଖିକ ସାକ୍ଷ୍ୟ ହିଁ ବୈଧ ବିବାହକୁ ରେଖାଙ୍କିତ କରିଥାଏ ।

ସୁପ୍ରିମକୋର୍ଟ ନିଜର ନିଷ୍ପତିରେ କହିଛି କି, ସିଆରପିସିର ଧାରା ୧୨୫ ଅଧାରରେ କୁହାଯାଇଛି କି,ତଦନ୍ତ ପ୍ରକ୍ରିୟାରେ ବିବାହର ଠୋସ୍ ପ୍ରମାଣପତ୍ର ଦେବାର କୌଣସି ଆବଶ୍ୟକତା ନାହିଁ । ଖଣ୍ଡପୀଠର କହିବାନୁସାରେ, ପତ୍ନୀର ମୌଖିକ ସାକ୍ଷ୍ୟ ଏବଂ ତା ସହିତ ଦିଆଯାଇଥିବା ଦସ୍ତାବିଜ ହିଁ ଏହାକୁ ରେଖାଙ୍କିତ କରୁଛି କି ତାଙ୍କ ବିବାହ ବୈଧ ଅଟେ ।

କୋର୍ଟ ଆହୁରୀ ମଧ୍ୟ କହିଛି କି, ଧାରା ୧୨୫ର ତଦନ୍ତ ପ୍ରକ୍ରିୟା ବୈବାହିତ ବିବାଦ ଜନିତ ତଦନ୍ତ ପ୍ରକ୍ରିୟା ଠାରୁ ସଂପୂର୍ଣ୍ଣ ଅଲଗା । ବୈବାହିକ ବିବାଦରେ ଆବେଦନକାରୀଙ୍କୁ ନିଜ ବିବାହର ଠୋସ୍ ପ୍ରମାଣପତ୍ର ଦେବାକୁ ପଡିଥାଏ । ହେଲେ ଧାରା ୧୨୫ରେ ଏଭଳି ପ୍ରକାରର ସାକ୍ଷ୍ୟର କୌଣସି ଆବଶ୍ୟକତା ନାହିଁ । ଏହା ଏଥିପାଇଁ କାହିକି ନା, ଏହି ଧାରାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ କୌଣସି ଅପ୍ରିତିକର ପରିସ୍ଥିତିରୁ ରକ୍ଷା କରିବା ।