ବାଲାଜୀ ମନ୍ଦିରରେ ମୁଣ୍ଡନ ଚୁଟି ନିଲାମୀ : ଦୁଇ ମାସରେ ଆମଦାନୀ ୧୭ କୋଟି

71

aim_bn_7_1308575434ତିରୁପତି ( ଆନ୍ଧ୍ର ପ୍ରଦେଶ ) ସ୍ଥିତ ବାଲାଜୀ ମନ୍ଦିରରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ଏଠାରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଚୁଟି ମୁଣ୍ଡନ କଲେ ପୁଣ୍ୟ ମିଳିଥାଏ ଓ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ।

ଭେଙ୍କଟେଶ୍ୱରଙ୍କ ପ୍ରସିଦ୍ଧ ଏହି ପାହାଡି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ମୁଣ୍ଡନ ଚୁଟିର ନିଲାମୀ ହୋଇଛି । ଏହି ବର୍ଷର ଜୁଲାଇ ଓ ଅଗଷ୍ଟ ମାସରେ ମିଶି ୧୭.୮୨ କୋଟି ଟଙ୍କା ଆମଦାନୀ ହୋଇଛି ।

89094230_gopalashaveମନ୍ଦିରର ଦେଖାଶୁଣା କରୁଥିବା ତିରୁମାଲା ତିରୁପତି ଦେବସଂସ୍ଥାନ ଅନୁସାରେ ,୨୦୧୬-୧୭ ମସିହାରେ ଚୁଟି ମୁଣ୍ଡନ ବିକ୍ରିରେ ମନ୍ଦିରକୁ ୧୫୦ କୋଟି ଟଙ୍କା ଆୟର ଅନୁମାନ କରାଯାଇଛି । ମହିଳା ଓ ଛୋଟ ପିଲାଙ୍କ ସହ ବର୍ଷକୁ ପାଖପାଖି ୧ କୋଟି ଶ୍ରଦ୍ଧାଳୁ ଚୁଟି ମୁଣ୍ଡନ କରିଥାନ୍ତି ।