ଆଶ୍ଚର୍ଯ୍ୟ ! ହେଲମେଟ୍ ପିନ୍ଧିନଥିବାରୁ ଅଟୋ ରିକ୍ସା ଚାଳକଙ୍କଠାରୁ ଜରିମାନା ଆଦାୟ କଲା ପୁଲିସ

43

ସଡକ ସୁରକ୍ଷା, ଜୀବନ ରକ୍ଷା ଭଳି ସଚେତନତାମୂଳକ ବାର୍ତ୍ତାକୁ ବାସ୍ତବିକ ରୂପ ଦେବାକୁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ନିୟମକାନୁନ ପ୍ରଣୟନ କରାଯାଇଛି । ଏଥିମଧ୍ୟରୁ ଗୋଟିଏ ହେଲା ହେଲମେଟ ପିନ୍ଧି ଗାଡି ଚଳାଇବା । ଯାହାକୁ ଦେଶର ପ୍ରତିଟି ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ସେହିପରି ବିନା ହେଲମେଟରେ ଗାଡି ଚଲାଉଥିବା ଚାଳକଙ୍କଠାରୁ ମଧ୍ୟ ଚାଲାଣ କଟାଯାଇ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଛି ଏହା ସତ୍ୱେ ବି ଲୋକେ ସଚେତନ ହେବାକୁ ନାରାଜ୍ । ସେ ଯାହା ହେଉନା କାହିଁକି, ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସଂପର୍କରେ କହିବୁ ଯାହାକୁ ଜାଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗିବ ସେତିକି ମଧ୍ୟ ଆପଣଙ୍କୁ ହସ ଲାଗିବ । ତେବେ ଘଟଣାଟି ଏମିତି କି, ଜଣେ ଅଟୋ ଡ୍ରାଇଭରଠାରୁ ପୁଲିସ ଚାଲାଣ କାଟିଛି ଏଥିପାଇଁ କି ସେ ବିନା ହେଲମେଟରେ ଅଟୋ ଚଲାଉଥିଲା ବୋଲି । ଆଜ୍ଞ ହଁ ! ଅଟୋ ଡ୍ରାଇଭିଂ ସମୟରେ ହେଲମେଟ କାହିଁକି ପିନ୍ଧି ନଥିଲେ, ସେଥିପାଇଁ ପୁଲିସ ତାଙ୍କଠାରୁ ଚାଲାଣ କାଟିବା ସହିତ ଜରିମାନା ମଧ୍ୟ ଆଦାୟ କରିଛି ।

ଏଭଳି ଆଶ୍ଚର୍ଯକର ଘଟଣା ଘଟିଛି ହରିଦ୍ୱାରାରେ । ଯେଉଁଠି ପୁଲିସ ମୁଣ୍ଡରେ ଚାଲାଣ କାଟିବାର ଭୂତ ଏଭଳି ଭାବରେ ପଶି ଯାଇଛି କି, ଜଣେ ଅଟୋ ଡ୍ରାଇଭର ପାଖରୁ ବିନା ହେଲମେଟ ପିନ୍ଧି ଅଟୋ ଚଲାଉଥିବା ଅଭିଯୋଗରେ ଜରିମାନା ଆଦାୟ କରିଛି । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ, ଅଟୋ ଚାଳକ ଜଣକ ମଧ୍ୟ ପୁଲିସର ଏଭଳି କାର୍ଯ୍ୟକୁ ଦେଖି ତାଜୁବ ହୋଇଯାଇଛି । ଘଟଣାଟି ଘଟିଥିଲା ଗତ ବୁଧବାର ଦିନ ହେଲେ ଗୁରବାର ଦିନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଏଭି ଭିଡିଓକୁ ଦେଖିସାରିବା ପରେ ଏବେ ପୁଲିସ ପ୍ରଶାସନର ଚେତା ପଶିଛି । ସୂଚନା ମୁତାବକ, ହରିଦ୍ୱାରରେ ଗତକିଛିଦିନ ହେଲା ପୁଲିସ ପକ୍ଷରୁ ହେଲମେଟ ଚେକିଂ କାମ ଜୋରସୋରରେ ଚାଲିଥିଲା । ଯଦ୍ୱାରା ପୁଲିସ ମୁଣ୍ଡରେ କେବଳ ହେଲମେଟର ଚାଲାଣ ହିଁ ବସା ବାନ୍ଧିନେଇଥିଲା । ଆଉ ଏଭଳି ପରିସ୍ଥିତିରେ ଯେତେବେଳେ ଉକ୍ତ ଅଟୋ ଚାଳକକୁ ପୁଲିସ ବିନା କାଗଜପତ୍ରରେ ଡ୍ରାଇଭିଂ କରିବା ଅଭିଯୋଗରେ ଧରିଥିଲା ତେଣୁ ପୁଲିସ୍ ଭୁଲ ବଶତଃ ଚାଲାଣ କାଟିବା ସମୟରେ ବିନା ହେଲମେଟରେ ଗାଡି ଚଲାଉଥିବା ବାଲା ଚାଲାଣ କାଟି ଦେଇଥିଲା । ପରବର୍ତ୍ତୀ ସମୟରେ ଅଟେ ରିକ୍ସା ଚାଳକ ଚାଲାଣ ଉପରେ ଏଭଳି ଲେଖା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ଖାଲି ଏତିକି ବୁଝିଥିଲା କି ତାର ଚାଲାଣ ହେଲମେଟ ନପିନ୍ଧିଥିବା ଅଭିଯୋଗରେ କଟାଯାଇଛି । ତେବେ ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।