କାନ୍ଧରେ ଶିବଲିଙ୍ଗ ଉଠାଇଲେ ଶିବରାଜ ସିଂହ ଚୈାହାନ ! ଭାଇରାଲ ହେଲା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ‘ବାହୁବଳୀ’ ଅବତାର

39

ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଆସୁଛି । ଏହି ସମୟରେ ଏହି ରାଜ୍ୟଗୁଡିକର ନେତା ବହୁତ ସକ୍ରିୟ ନଜର ଆସୁଛନ୍ତି । ନେତାଙ୍କ ଠାରୁ ବି ଅଧିକ ଲୋକମାନେ ସୋଶିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଜଣେ ଟ୍ୱିଟର ୟୁଜର୍ ନିଜ ଆକାଉଣ୍ଟରେ ଏକ ମଜାକିଆ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈାହାନଙ୍କୁ ମଧ୍ୟ ପ୍ରଦେଶର ବାହୁବଳୀ ରୂପେ ଚିତ୍ରଣ କରାଯାଇଛି । ଏହି ଭିଡିଓରେ ଫିଲ୍ମ ‘ବାହୁବଳୀ’ର କିଛି ଦୃଶ୍ୟକୁ ନେଇ ସେଥିରେ କଂଗ୍ରେସ ନେତା ଓ ଶିବରାଜ ସିଂହ ଚୈାହାନଙ୍କ ଚେହେରା ଲଗାଇ ଭିଡିଓ ପ୍ରସ୍ତୁତ କରାଯାଇଛି ।

ଜୟ ଶ୍ରୀରାମ ନାମକ ଏକ ଟ୍ୱିଟର ୟୁଜର ନିଜ ଆକାଉଣ୍ଟରେ ଭିଡିଓ ସେୟାର କରି ଲେଖିଛନ୍ତି କି ମଧ୍ୟ ପ୍ରଦେଶ ନିର୍ବାଚନ ଉପରେ ରଚନାତ୍ମକ ପ୍ରୟାସ । ସାକ୍ଷାତ କରନ୍ତୁ ମଧ୍ୟ ପ୍ରଦେଶର ବାହୁବଳୀ ଶିବରାଜ ସିଂହ ଚୈାହାନଙ୍କୁ । ଏହି ପୋଷ୍ଟରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ କରାଯାଇଛି ।

ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶରେ ଏହି ବର୍ଷର ଅନ୍ତିମରେ ବିଧାନସଭା ନିର୍ବାଚନ ହେବାର ଅଛି । ବିଧାନସଭା ନିର୍ବାଚନର ପ୍ରସ୍ତୁତି ପାଇଁ ପ୍ରଦେଶର ଦୁଇଟି ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ତାଳ ଲୟ ପକେଇଲେଣି । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନର ନିର୍ବାଚନୀ ରଣନୀତି ଏମିତିରେ କେବଳ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ହିଁ ଧରାଯାଉଛି । କିନ୍ତୁ ନିକଟରେ କିଛି ଦିନ ପୂର୍ବରୁ ସମାଜବାଦୀ ପାର୍ଟି ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ପ୍ରଦେଶ ନିର୍ବାଚନୀ ଯୁଦ୍ଧରେ ଦଳକୁ ଓହ୍ଲାଇବାର ଫଇସଲା କରିଛନ୍ତି । ସେଇଠି ମଧ୍ୟ ପ୍ରଦେଶ ନିର୍ବାଚନୀ ଯୁଦ୍ଧରେ ବହୁଜନ ସମାଜ ପାର୍ଟି ବି ଲୋକଙ୍କ ସମର୍ଥନ ହାସଲ କରିବାରେ ଲାଗିଛି ।