ପୁଣି ଜିଓର ଐତିହାସିକ ଘୋଷଣା ! ମାଗଣା ଡାଟା ପରେ ଏବେ ଫ୍ରିରେ ୪ଜି ମୋବାଇଲ ବାଂଟିବେ ମୁକେଶ ଅମ୍ବାନୀ, ଜାଣନ୍ତୁ କେବେ ଆଉ କିଭଳି ପାଇବେ ଫୋନ

59

ଆପଣଙ୍କର ମନେ ଥିବ ନିଶ୍ଚୟ ଯେତେବେଳେ ମାତ୍ର ୯୯ ଟଙ୍କାରେ ୫୦୦ ଏମବି ଡାଟା ମିଳୁଥିଲା । ସେତେବେଳେ ଡାଟାକୁ ସୁନା ଭଳି ମନେ କରି ଲୋକେ ଖର୍ଚ୍ଚ କରାଯାଉଥିଲା । ଏପରିକି ସେ ସମୟରେ ମୋବାଇଲରେ ଭିଡିଓ ଦେଖିବା ମଧ୍ୟ ବହୁତ ବଡ କଥା ଥିଲା । ଏପରି ସ୍ଥଳେ ଯଦି କେହି ହସପୋର୍ଟ ଅନ କରି ଡାଟା ସେୟାର କରିବାକୁ କହୁଥିଲା ତ ସତେ ଯେପରି ଜୀବନ ମାଗିଲା ଭଳି ପ୍ରତୀୟ ହେଉଥିଲା ।

ଏହାପରେ ମୁକେଶ ଅମ୍ବାନୀ ଜିଓ ଲଂଚ କଲେ । ସତେ ଯେମିତି ଜୀବନଟା ୩୬୦ ଡିଗ୍ରୀରେ ବଦଳି ଗଲା । ଲୋକେ ମୋବାଇଲରେ ନା ହିଁ କେବଳ ଭିଡିଓ ବରଂ ମୁଭି ଦେଖିବାର ମଜା ମଧ୍ୟ ଉଠାଇପାରିଲେ । ଯେଉଁ ଲୋକଙ୍କୁ ମିସଡ କଲ କରିବାକୁ ଭୟ କରୁଥିଲେ ସେମାନେ ଏବେ ଘଂଟା ଘଂଟା ଧରି ଫୋନରେ କଥା ହେଉଛନ୍ତି । ଏବେ ଜିଓର ପ୍ରମୋସନାଲ ଅଫର୍ସ ଶେଷ ହୋଇସାରିଛି, କିନ୍ତୁ ଏବେବି ଜିଓର ପ୍ଲାନଗୁଡିକ ଆମ ବଜେଟେ ଭିତରେ ହିଁ ରହିଛି । ମୁକେଶ ଅମ୍ବାନୀଙ୍କୁ ଏତେ ଆର୍ଶୀବାଦ କେଉଁଠି ମିଳି ନଥିବ ଯେତିକି ତାଙ୍କୁ ଜିଓ କାରଣରୁ ମିଳିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଅମ୍ବାନୀ ଏବେ ମାଗଣା ଇଂଟରନେଟ ପରେ ମାଗଣା ମୋବାଇଲ ଦେବାକୁ ଘୋଷଣା କରିଛନ୍ତି । ଆଜ୍ଞା ହଁ ! ମାଗଣା ମୋବାଇଲ । ତେବେ ଏହି ମୋବାଇଲ କେବେ ଆଉ କିଭଳି ମିଳିବ । ଏହାର ଫିଚର୍ସ କଣ ରହିଛି । ଏସବୁ ପ୍ରଶ୍ନର ଉତର ଆପଣଙ୍କୁ ମିଳିବ ଆମର ଏହି ରିପୋର୍ଟରେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ସୂଚନା…..

ମୁମ୍ବାଇରେ ଆୟୋଜିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୦ତମ ଆନୁଆଲ ଜେନେରାଲ ମିଟିଂରେ କଂପାନୀର ଚେୟାରମ୍ୟାନ ତଥା ମୁକେଶ ଅମ୍ବାନୀ ରିଲାଏନ୍ସର ୪୦ବର୍ଷର ଯାତ୍ରା ସଂପର୍କରେ ଆଲୋଚନା କରିବା ସହିତ ଜିଓ ଫୋନର ଘୋଷଣା ମଧ୍ୟ କରିଛନ୍ତି । ଆଉ ଏହି ଅବସରରେ ସେ ଘୋଷଣା କରି କହିଥିଲେ କି, ଏହି ଫୋନକୁ ସେ ଲୋକଙ୍କୁ ମାଗଣାରେ ଉପଲବ୍ଧ କରାଇବେ ବୋଲି । ଅମ୍ବାନୀ କହିଥିଲେ କି, ବିଶ୍ୱର ସବୁଠୁ ଶସ୍ତା ୪ଜି ଭୋଲ୍ଟି ସପୋଟେଡ୍ ଇଂଟେଲିଜେଂଟ ଫୋନ ହେବ । ଏହାକୁ ଭାରତୀୟମାନଙ୍କୁ ଡିଜିଟାଲ ଫ୍ରିଡମ ଦେବା ଉଦ୍ଦେଶ୍ୟରେ ଲଂଚ କରାଯାଉଛି । ତେବେ ଜିଓ ଫୋନରେ ୟୁଜର୍ସଙ୍କୁ ୧୫୩ ଟଙ୍କାରେ ୪ଜି ଅନଲିମିଟେଡ ଡାଟା ଦିଆଯିବ । ଏଥିସହିତ ହିଁ ଏଥିରେ ଭଏସ କଲ ଏବଂ ଏସଏମଏସ ସଂପୂର୍ଣ୍ଣ ଭାବରେ ମାଗଣା । ସେହିପରି ଜିଓ ନେଟଓର୍କରେ ଭଏସ କଲ ଲାଇଫଟାଇମ ଫ୍ରି ରହିବ । ଏହି ଫୋନରେ ଭଏସ କମାଣ୍ଡ ଏବଂ ୨୨ଟି ଭାରତୀୟ ଭାଷାକୁ ସପୋର୍ଟ କରିଥାଏ । ଏଥିସହିତ ହିଁ ଏହି ଫୋନରେ ଜିଓ ଟିଭି, ଜିଓ ମୁଭିଜ୍ ଭଳି ଶାନଦାର ଫିଚର୍ସ ମଧ୍ୟ ଉପଲବ୍ଧ । ମୁକେଶ ଅମ୍ବାନୀଙ୍କ ମତରେ, ଏହି ଫୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାରଣ ଏହି ଫୋନରେ ଲୋକେ ବ୍ୟାଙ୍କ ଆକାଉଂଟ ,ଜନ ଧନ ଆକାଉଁଟ ମଧ୍ୟ ଯୋଡି ପାରିବେ । ଏଥିସହିତ ହିଁ ଡିଜିଟାଲ ପେମେଂଟ ଭଳି ସୁବିଧାଗୁଡିକର ବ୍ୟବହାର କରିପାରିବେ ।

କିପରି ମିଳିବ

କଂପାନୀ ସୂଚନା ଅନୁସାରେ, ପୂର୍ବରୁ ଏହାର ପ୍ରି-ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏବେ ଆହୁରୀ ୫ ମିଲିୟନ ଜିଓ ଫୋନର ୨୪ ଅଗଷ୍ଟରୁ ଫୋନର ପ୍ରି-ବୁକିଂ ଆରମ୍ଭ ହେବାକୁ ଯାଉଛି । ଯାହାକୁ ସେପ୍ଟେମ୍ବରରୁ ପହଲେ ଆଓ ପହଲେ ପାଓ ଆଧାରରେ ଲୋକଙ୍କୁ ଯୋଗାଇ ଦିଆଯିବ । ତେବେ ଜିଓ ଫୋନ ମାଗଣାରେ ମିଳିବ ଓଚ୍ଛ , ହେଲେ ଏଥିପାଇଁ ଆପଣଙ୍କୁ ଏହାର ସିକ୍ୟୁରିଟି ବାବଦକୁ ୧,୫୦୦ଟଙ୍କା ଜମା କରିବାକୁ ପଡିବ । ଗ୍ରାହକଙ୍କ ଦ୍ୱାରା ଜମା କରାଯାଇଥିବା ଏହି ୧,୫୦୦ଟଙ୍କା ସେମାନଙ୍କୁ ୩ ବର୍ଷ ପରେ ଫେରାଇ ଦିଆଯିବ ।