ମୋଦିଙ୍କୁ ନେଇ ମହାନ ଭବିଷ୍ୟକର୍ତ୍ତାଙ୍କ ଭବିଷ୍ୟବାଣୀ ! ଜାଣନ୍ତୁ ଆଉ କେତେଦିନ ଚାଲିବ ମୋଦିଙ୍କ ମ୍ୟାଜିକ୍

100

ଭବିଷ୍ୟକର୍ତ୍ତାଙ୍କ ତାଲିକାରେ ଯଦି କେହି ସବୁଠାରୁ ଶୀର୍ଷରେ ଅଛନ୍ତି ତେବେ ସେ ହେଲେ ‘ନାସ୍ତ୍ରୋଦମସ’ । ୧୫୦୩-୧୫୬୬ରେ ଫ୍ରାନ୍ସର ପ୍ରଖ୍ୟାତ ନାସ୍ତ୍ରୋଦମସ ଏକାଧାରାରେ ଥିଲେ ଜଣେ ଭବିଷ୍ୟତବକ୍ତା, ଚିକିତ୍ସକ ଓ ଶିକ୍ଷକ । ତେବେ ଆପଣ ଜାଣିଲେ ଚକିତ ହେବେ କି ସେ ନିଜର କବିତା ମାଧ୍ୟମରେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ସଂପର୍କରେ ଇସାରା ଦିଅନ୍ତି । ତାଙ୍କ ଜୀବନ କାଳ ମଧ୍ୟରେ ସେ ପାଖାପାଖି ୧୦୦ରୁ ଅଧିକ ଭବିଷ୍ୟ ବାଣୀ କରିସାରିଛନ୍ତି । ଯାହା ପ୍ରାୟତଃ ସତ୍ୟ ରୂପେ ପ୍ରମାଣିତ ହୋଇଛି ।

ଯଦି ତାଙ୍କର ଭବିଷ୍ୟତବାଣୀକୁ ଭାରତ ସହ ଯୋଡା ଯାଏଁ ତେବେ ତାଙ୍କ ଭବିଷ୍ୟବାଣୀରେ ରାଜୀବ ଗାନ୍ଧିଙ୍କ ହତ୍ୟାଠାରୁ ଆରମ୍ଭ କରି ବିଶ୍ୱ ଯୁଦ୍ଧ ପର୍ଯ୍ୟନ୍ତ ଉଲ୍ଲେଖ ରହିଛି । ଆଉ ଯାହା ସତ୍ୟ ଭାବେ ପ୍ରମାଣିତ ହୋଇସାରିଛି । ଖାଲି ସେତିକି ନୁହେଁ ସେ ଆଉ ମଧ୍ୟ କହିଥିଲେ, କି ଭାରତ ଜଣେ ପୁରୁଷ ସର୍ତ୍ତା ଉପରେ ବିଜୟମାନ କରିବ,ଯିଏ କି ରାଜନୀତି ଦୁନିଆକୁ ଦୋହଲାଇ ଦେବ । ତେବେ ବୁଦ୍ଧିଜୀବୀଙ୍କ ଦୃଷ୍ଟିରେ ତାଙ୍କର ଏହି ଭବିଷ୍ୟବାଣୀ ନରେନ୍ଦ୍ର ମୋଦିଙ୍କ ଆଡକୁ ଇଙ୍ଗିତ କରୁଛି ।

ଆମେ ପୂର୍ବରୁ ମଧ୍ୟ ଗତବର୍ଷ ଓ ଚଳିତବର୍ଷର କିଛି ତଥ୍ୟ ସଂପର୍କରେ ଜଣାଇଥିଲୁ ଯାହା ୨୦୧୭ ବର୍ଷ ଉପରେ ପର୍ଯ୍ୟବେଶିତ ଥିଲା । ତେବେ ସେହିଭଳି କିଛି ଭବିଷ୍ୟତବାଣୀ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ଯାହା ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ।

ନାସ୍ତ୍ରୋଦମସଙ୍କ ଭବିଷ୍ୟତବାଣୀ ଅନୁସାରେ, ୨୦୧୭ରେ ଇତିହାସ ରଚିବ ଭାରତ । ଚଳିତବର୍ଷ କିଛି ଏଭଳି ଘଟିବ ଯାହା ସଂପୂର୍ଣ୍ଣ ଭାରତକୁ ବିଶ୍ୱର ସବୁଠାରୁ ଶୀର୍ଷ ସ୍ତରରେ ପହଂଚାଇବ । ଭାରତର ରାଜନୈତିକ ସର୍ତ୍ତା ଉପରେ ତାଙ୍କ ବାଣୀରେ ଉଲ୍ଲେଖ କରିିଛନ୍ତି କି ନରେନ୍ଦ୍ର ମୋଦି ଜଣେ ଭଲ ସତ୍ତାଧାରୀ ଭାବେ ପ୍ରମାଣିତ ହେବେ ।

ତାଙ୍କ ଭବିଷ୍ୟତବାଣୀରେ ପୁଣି ମଧ୍ୟ ଉଲ୍ଲେଖ ରହିଛି କି, ନରେନ୍ଦ୍ର ମୋଦି ଭାରତର ସତ୍ତା ସମ୍ଭାଳିବା ପରେ ଆଗାମୀ ୧୨ ବର୍ଷ ପର୍ଯ୍ୟନ୍ତ ଦେଶର ହୀତ ପାଇଁ କାମ କରିବେ । ୨୦୨୬ ଯାଏଁ ଭାରତରେ ରାଜ୍ କରିବ ମୋଦି ସରକାର । ଏହାର ଅର୍ଥହେଲା ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟ ସୀମା ଖୁବ୍ ଲମ୍ବା ଅଟେ । ତେବେ ମୋଦିଙ୍କ ସମର୍ଥକଙ୍କ ପାଇଁ ଯଦିଓ ଏହା ଏକ ଖୁସି ଖବର ହୋଇପାରେ, କିନ୍ତୁ ଦେଶ ପାଇଁ ଏହା କେତେ ଭଲ ଓ ଖରାପ ତାହା କେବଳ ସମୟ କହିବ ।