ରାମଦେବଙ୍କ ନାଁରେ ୱାରେଣ୍ଟ ! ମହଙ୍ଗା ପଡିଲା ‘ଶିର ଚ୍ଛେଦନ କରିବା’ ମନ୍ତବ୍ୟ

53

ରୋହତକ ( ହରିଆଣା)ର ଏକ କୋର୍ଟ ଦେଇଛି ଏକ ଚର୍ଚ୍ଚିତ ରାୟ । ଯୋଗ ଗୁରୁ ରାମଦେବଙ୍କ ନାଁରେ ଜାରି କରିଛି ଜମାନତି ୱାରେଣ୍ଟ । ରାମ ଦେବଙ୍କ ‘ଶିର ଛେଦନ କରାଯିବା’ ମନ୍ତବ୍ୟକୁ ନେଇ ଏପରି ପଦକ୍ଷେପ ନେଇଛି କୋର୍ଟ ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ସୂଚନା ଅନୁସାରେ , ରାମଦେବ ଗତବର୍ଷ କହିଥିଲେ , ଯଦି ସେ ଆଇନ ଦ୍ୱାରା ଚାଲିନଥାନ୍ତେ ତ ‘ଭାରତ ମାତା କି ଜୟକହୁନଥିବା ଲକ୍ଷ ଲକ୍ଷ ଲୋକଙ୍କ ମୁଣ୍ଡ କାଟ କରିଦିଅନ୍ତେ । ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ସୁଭାଷ ବତ୍ରା ରାମଦେବଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ପୁଲିସରେ ଏତଲା ଦେଇତିଲେ । କୋର୍ଟ ମାର୍ଚ୍ଚ ୨ରେ ସମନ ଜାରି କରିଥିଲେ ଏପ୍ରିଲ ୨୯ରେ ହାଜର ହେବାକୁ । କିନ୍ତୁ ରାମଦେବ କୋର୍ଟରେ ହଜାର ହୋଇନଥିଲେ । ଯେଉଁଥି ପାଇଁ କୋର୍ଟ ଏହି ୱାରେଣ୍ଟ ଜାରି କରିଛି ।

ଏହାସହ ମଧ୍ୟ ପଢନ୍ତୁ – ମଣିଷ ନା ପଥର ! ଜଳିଯାଉଥିଲେ ଯୁବକ, ଲୋକେ କରୁଥିଲେ ଭିଡିଓ ସୁଟ୍