ଆଉ ବାରମ୍ବାର ରିଚାର୍ଜ କରିବାକୁ ପଡିବନି ମିନିମମ୍ ପ୍ଲାନ୍ । ଏଭଳି ଉପାୟରେ ପାଆନ୍ତୁ ବର୍ଷକ ପର୍ଯ୍ୟନ୍ତ ମାଗଣା ଭ୍ୟାଲିଡିଟି

4,847

ସମସ୍ତ ଟେଲକମ କଂପାନୀଗୁଡିକ ଏବେ ଏକ ମନୋପଲି ବନାଇଛନ୍ତି । ଯାହାଦ୍ୱାରା ଯଦି ଆପଣ କୌଣସି ବି ଟେଲିକମ କଂପାନୀର ସିମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୩୫ ଟଙ୍କିଆ ମାସିକିଆ ପ୍ଲାନ ରିଚାର୍ଜ କରିବାକୁ ପଡିବ । ଯଦି ଆପଣ ଏଭଳି ନକରିବେ ତେବେ ଆପଣଙ୍କର ଉଭୟ ଆଉଟ୍ ଗୋଇଂ ଏବଂ ଇନକମିଂ ସେବାକୁ ବନ୍ଦ କରିଦିଆଯିବ ।

 

ଯେବେଠାରୁ ଆଇଡିଆଇ-ଭୋଡାଫୋନ ଏବଂ ଏୟାରଟେଲ ଭଳି କଂପାନୀ ବୈଧତା ବାଲା ସର୍ଭିସ୍ ଲଂଚ କରିଛନ୍ତି । ସେବେଠାରୁ ଅଧିକାଂଶ ଭୋଡାଫୋନ, ଏଟାରଟେଲ ଏବଂ ଆଇଡିଆର ଗ୍ରାହକ ବିଏସଏନଏଲ ଏବଂ ଜିଓ ସିମରେ ପୋର୍ଟ କରୁଛନ୍ତି । କାହିଁକି ନା ବିଏସଏନଏଲରେ ୩୬ ଟଙ୍କିଆ ପ୍ଲାନ ରିଚାର୍ଜ କରିବା ଉପରେ ପୂରା ୬ ମାସର ବୈଧତା ମିଳିଥାଏ । ଏବଂ ଏଥି ସହିତ ଜିଓରେ ଏଭଳି କୌଣସି ବି ଭ୍ୟାଲିଡିଟି ବାଲା ପ୍ଲାନ ରହିନାହିଁ ।

ବର୍ତ୍ତମାନ ଆପଣଙ୍କୁ ଏୟାରଟେଲ, ଆଇଡିଆ ଏବଂ ଭୋଡଫୋନର କୌଣସି ବି ସିମରେ ପୋର୍ଟ କରିବାକୁ ଆବଶ୍ୟକତା ପଡି ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ଜଣାଇବୁ ଯାହା ଦ୍ୱାରା ଆପଣଙ୍କୁ ବର୍ଷକ ଯାଏଁ ପୂରାପୂରି ମାଗଣା ଭ୍ୟାଲିଡିଟି ମିଳିପାରେ । ଏଥିପାଇଁ ଯେଉଁ ପ୍ରକ୍ରିୟା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ , ଆପଣଙ୍କୁ ତାକୁ ଫଲୋ କରିବାକୁ ହେବ ।

ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଏକ ମେସେଜ PORT 1900ରେ ପଠାଇବାକୁ ହେବ । ଏଭଳି କରିବାର ତୁରନ୍ତ ବାଦ୍ ହିଁ ଆପଣଙ୍କ ନିକଟକୁ ଏକ ମେସେଜ ଚାଲିଆସିବ । ଯେଉଁଥିରେ ପୋର୍ଟିଂ ରିକ୍ୱେଷ୍ଟର ଏକ ନମ୍ବର ଦିଆଯାଇଥିବ । ତେବେ ଏହି ମେସେଜ ପରେ ଆପଣଙ୍କୁ ଏକ କଲ୍ ବି ଆସିବ, ଯେଉଁଥିରେ କି କଷ୍ଟମର କେୟାର ଆପଣଙ୍କୁ ଅନୁରୋଧ କରିବେ କି ଆପଣ ଅନ୍ୟ କୌଣସି ସିମରେ ପୋର୍ଟ ନକରନ୍ତୁ  ବୋଲି । କିନ୍ତୁ ଆପଣଙ୍କୁ ତାଙ୍କୁ ସିଧା ମନା କରିବାକୁ ପଡିବ । କାରଣ ଏଭଳି କହିବାର ତୁରନ୍ତ ବାଦ ହିଁ ଆପଣଙ୍କୁ  ଗୋଟିଏ ମାସରୁ ଆରମ୍ଭ କରି ବର୍ଷକ ପର୍ଯ୍ୟନ୍ତର ଭ୍ୟାଲିଡିଟି ପୂରାପୂରି ମାଗଣାରେ ମିଳିଯିବ । ଯାହାକୁ ଆପଣ ବ୍ୟବହାର କରୁଥିବା ଟେଲିକମ କଂପାନୀ ତରଫରୁ ଦିଆଯିବ । ତେବେ ଆପଣ ବି ଏହି ପ୍ରୋସେସକୁ ଫଲୋ କରି ଅତି ସହଜରେ ବର୍ଷକ ଯାଏଁ ବ୍ୟାଲିଡିଟି ମାଗଣାରେ ପାଇପାରିବେ ।