ହୋଟେଲରେ ମିଳୁଛି ମଣିଷ ମାଂସ ! ଯାହାକୁ ନେଇ ସୋସିଆଲ ମିଡିଆରେ ଜୋର୍ ଧରିଛି ଚର୍ଚ୍ଚା

177

ଇଟାଲୀର ଏକ ଚାଇନିଜ ହୋଟେଲ ବା ଭୋଜନାଳୟରେ ମଣିଷ ମାଂସ ମିଳୁଥିବା ନେଇ ଜଣା ପଡିଛି । କଥାଟା ଭୋଜନାଳୟର ଜଣେ କର୍ମୀ ହିଁ ପ୍ରଘଟ କରିଛି । ଖାଲି ସେତିକି ନୁହେଁ ହୋଟେଲ କର୍ମୀ ଜଣକ ମଧ୍ୟ ମଣିଷ ମାଂସର କିଛି ଖଣ୍ଡର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛି । ଆଉ ଏହାପରେ ସେହି ଫଟୋଗୁଡିକ ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ସୂଚନାଯୋଗ୍ୟ,ଏହି ଚାଇନିଜ ଭୋଜନାଳୟଟି ରହିଛି ନର୍ଦର୍ଣ୍ଣ ଇଟାଲୀର ପାଉଆ ସହରରେ । ନିକଟରେ ଜଣେ ଯୁବକ ତାଙ୍କ ବନ୍ଧୁ ମାନଙ୍କ ସହ ମିଶି ଏହି ହୋଟେଲଟିକୁ ଡିନର କରିବାକୁ ପହଂଚିଥିଲେ । ଆଉ ସେମାନେ ସେଠାରେ ଭାଲୁ ଗୋଡ ମିଟ୍ ପାଇଁ ଅର୍ଡର ଦେଇଥିଲେ । ଏହି ସମୟରେ ହୋଟେଲର ଜଣେ କର୍ମୀ ମଣିଷ ପାଦର ମିଟ୍ ଆଣି ଆସିଥିଲା । ନିଜର ନାଁ ଗୁପ୍ତ ରଖି କର୍ମୀ ଜଣକ କହିଥିଲା ଯେ,ତାଙ୍କ ହୋଟେଲରେ ମଣିଷ ମାଂସ ମଧ୍ୟ ବିକ୍ରି ହେଉଛି । ଏହା ଶୁଣି ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ଏନେଇ ତୁରନ୍ତ ଯାଇ ପୋଲିସଙ୍କୁ ଜଣାଇଥିଲେ । ଏହାପରେ ହୋଟେଲର ସମସ୍ତ ମାଂସକୁ ସିଜ୍ କରାଯାଇଥିଲା । ଏବେ ସିଜ୍ ହୋଇଥିବା ସମସ୍ତ ମାଂସର ଫରେନ୍ସିକ୍ ଯାଂଚ ଚାଲିଛି ।

ଏଠାରେ ସୂଚନା ଦେବା ଜରୁରୀ ଯେ, ଏହା ପୂର୍ବରୁ ଅର୍ଥାତ୍ ୨୦୧୬ ମଇ ମାସରେ ଜାମ୍ବିୟାର ଜଣେ ମହିଳା ଦାବି କରିଥିଲେ ଚୀନ ମଣିଷ ମାଂସ ବିକ୍ରି କରୁଛି । ସେ ଦାବି କରିଥିଲେ ଯେ ଚୀନର ବିଫ୍ କଂପାନୀ ମଣିଷ ଶବକୁ ଏକାଠି କରି ଏହାକୁ କର୍ଣ୍ଣଡ ବିଫ କହି ଆଫ୍ରିକାରେ ବିକ୍ରି କରୁଛି । ଜାମ୍ବିୟାର ଏକ ଲୋକାଲ ଗଣମାଧ୍ୟମ କାଚେପା ମଧ୍ୟ ତାର ଏକ ରିପୋର୍ଟରେ ଏହା ଦାବି କରିଥିଲା ।