ପେଟ୍ରୋଲ ନୁହେଁ ବରଂ ବିୟରରେ ଚାଲିବ ଆପଣଙ୍କ ଗାଡି ! କେମିତି ଜାଣନ୍ତୁ

60

ଆଜ୍ଞା ହଁ ! କଥାଟା ଆପଣଙ୍କୁ ମିଛ ଲାଗୁଥିବେ ମଧ୍ୟ ଏହା ସଂପୂର୍ଣ୍ଣ ଭାବେ ସତ୍ୟ ଅଟେ । ଏଣିକି ଆପଣଙ୍କ ଗାଡି ଡିଜେଲ କିମ୍ବା ପେଟ୍ରୋଲରେ ନୁହେଁ ବରଂ ବିୟରରେ ଚାଲିବ । ଏକଥା ଆମେ କହୁନାହୁଁ ବରଂ ନିକଟରେ ଏକ ବୈଜ୍ଞାନିକ ଦଳ ଏହାକୁ ପ୍ରମାଣିତ କରିଦେଖାଇନ୍ତି ।

ସୂଚନା ମୁତାବକ, ଦେଶରେ ପେଟ୍ରୋଲ, ଡିଜେଲ ଆଦିର ଦରଦାମ ଅହେତୂକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଜର୍ମାନୀର କିଛି ବୈଜ୍ଞାନିକ ଏଭଳି ସମାଧାନର ବାଟ ବାହାର କରିଛନ୍ତି । ସେମାନଙ୍କ କହିବା ମୁତାବକ, ଏବେ କାର,କିମ୍ବା ବାଇକ୍ କିମ୍ବା ଅନ୍ୟାନ୍ୟ ପେଟ୍ରୋଲ, ଡିଜେଲ ଚାଳିତ ବାହନଗୁଡିକୁ ଲୋକେ ବିୟର ମାଧ୍ୟମରେ ବି ବ୍ୟବହାର କରିପାରିବେ । ବୈଜ୍ଞାନିକମାନେ ଦାବି କରିଛି କି, ବିୟରକୁ ବ୍ୟୁଟେନାଲରେ ପରିବର୍ତ୍ତନ କରାଯାଇ ସେଥି ମଧ୍ୟରୁ ଇନ୍ଧନ ତିଆରି କରାଯାଇପାରିବ । ବିୟରରେ ଉପଲବ୍ଧ ଥିବା ଇଥେନାଲକୁ ପ୍ରୋସେସ କରାଯାଇ ଏକ ଏଭଳି ରସାୟନିକ ପଦାର୍ଥ ତିଆରି କରାଯାଇପାରିବ, ଯାହାକୁ ମେସିନଗୁଡିକରେ ଇନ୍ଧନ ଆକାରରେ ବ୍ୟବହାର କରାଯାଇପାରିବ ।

ବୈଜ୍ଞାନିକଙ୍କ ମତାନୁସାରେ, ବର୍ତ୍ତମାନ ଏହି ପ୍ରକ୍ରିୟାକୁ ଶେଷ ହେବାକୁ ଆହୁରି ୫ବର୍ଷ ସମୟ ଲାଗି ପାରେ । ବ୍ରିଟେନର ବ୍ରିଷ୍ଟଲ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏହା ଉପରେ ରିସର୍ଚ୍ଚ କରିଛନ୍ତି । ଯଦି ଏହି ପ୍ରକ୍ରିୟାଟି ସଫଳ ହୋଇଯାଏ ତବେ ବିୟର, ପେଟ୍ରୋଲ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ । ବୟୋଇଥେନାଲ ପେଟ୍ରୋଲର ସବୁଠାରୁ ଭଲ ବିକଳ୍ପ ହୋଇପାରେ । ଏହାକୁ ପ୍ରସ୍ତୁତ କରିବାରେ ବିୟର ହେଉଛି ଏକ ବହୁତ ବଡ ଉପକାରୀ ଜିନିଷ ଭାବେ ପ୍ରମାଣିତ ହେବ । ବିଶେଷଜ୍ଞମାନଙ୍କ କହିବା ମତାବକ, ଯଦି ବିୟରରେ ଉପଲବ୍ଧ ଇଥେନାଲକୁ ପ୍ରୋସେସ କରାଯାଇ ତାକୁ ବ୍ୟୁଟେନାଲରେ ପରିବର୍ତ୍ତନ କରାଯାଏ ତେବେ ବିୟରକୁ ସହଜରେ ଇନ୍ଧନ ରୂପରେ ବ୍ୟବହାର କରାଯାଇପାରିବ ।