ମୋଦିଙ୍କ ଶାସନରେ ନିୟମ ଢିଲା ! ବାରଣସତ୍ୱେ ଖୋଲାଖୋଲି ଭାବେ ଲୋକେ କରୁଛନ୍ତି ଏହି ୪ଟି ଜିନିଷ

34

ନରେନ୍ଦ୍ର ମୋଦି ଯେବେଠାରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠାରୁ ଆମ ଦେଶ ତଥା ଭାରତ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ବିଶ୍ୱର ପ୍ରତ୍ୟେକଟି ଦେଶ ଆମ ଦେଶର ସଂସ୍କୃତି ଏବଂ ଆଇନକାନୁନକୁ ଜାଣିବାକୁ ଇଚ୍ଚା ରଖୁଛନ୍ତି । ତେବେ ଏକଥା ତ ଆପଣ ଜାଣିଥିବେ ନିଶ୍ଚୟ କି ଆମ ଦେଶର ନିୟମ ବହୁତ କଠୋର ହେବାସହିତ ତାକୁ ଉଲ୍ଲଘଂନ କଲେ ମଧ୍ୟ କଠିନ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଛି ।

ଏହାସବୁ ସତ୍ୱେ ମଧ୍ୟ ଆମ ଦେଶରେ କିଛି ଏଭଳି ଜିନିଷ ରହିଛି ଯାହା ଉପରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଯାଇଥିଲେ ମଧ୍ୟ ଲୋକେ ସେଗୁଡିକୁ କରିବାକୁ ପଛାଉନାହାଁନ୍ତି । ତେବେ ସେହି ନିୟମଗୁଡିକ ସଂପର୍କରେ ବୋଧ ହୁଏ ଆପଣଙ୍କୁ ଜଣା ନଥାଇପାରେ କି ଏଗୁଡିକ ଉପରେ କୌଣସି କଟକଣା ରହିଛି ବୋଲି । ତେବେ ଆସନ୍ତୁ ଜାଣିବା ସେହି ଗୁଡିକ କଣ ।

ଉଚ୍ଚସ୍ୱରରେ ମ୍ୟୁଜିକ ବଜାଇବା

ଭାରତରେ ଉଚ୍ଚସ୍ୱରରେ ମ୍ୟୁଜିକ୍ ବା ଗୀତ ବଜାଇବା ଉପରେ କଡ଼ା ନିୟମ ଜାରି କରାଯାଇଛି । ଯେଉଁଥିପାଇଁ କି ପ୍ରଥମେ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ । ବିବାହ କିମ୍ବା ଅନ୍ୟ କୌଣସି ଉତ୍ସବରେ ରାତି ୧୦ ଟା ଯାଏଁ ଡିଜେ ମ୍ୟୁଜିକ ବଜାଇବାର ନିୟମ ରହିଛି କିନ୍ତୁ ଏହି ନିୟମଟି କେବଳ ଖାତାକଲମରେ ସୀମିତ ହୋଇ ରହିଯାଇଛି । କାରଣ ଏଠାରେ ରାତି ତମାମ ଉଚ୍ଚସ୍ୱରରେ ଗୀତ ବାଜିବା ସହ ଅନେକ ପ୍ରକାରର ନୃତ୍ୟଗୀତର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

ସର୍ବସାଧାରଣ ସ୍ଥାନରେ ରୋମାନ୍ସ

ଆମ ଦେଶରେ ସର୍ବସାଧାରଣ ସ୍ଥାନରେ ପ୍ରେମ କରିବା ତଥା ପ୍ରେମୀ ଯୁଗଳମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭଳି କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଏଭଳି କରିବାଦ୍ୱାରା ଏହା ଆମ ଦେଶର ସଂସ୍କୃତି ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । କିନ୍ତୁ ଏହାସବୁ ସତ୍ୱେ ଆଜିକାର ଯୁବପିଢୀଙ୍କୁ ଏଥିପାଇଁ କୌଣସି ଫରକ୍ ପଡି ନଥାଏ ।

ମଦ ପିଇବା ଏବଂ ବିନା ଅନୁମତିରେ ଏହାର ବିକ୍ରୀ କରିବା

ତେବେ ଭାରତରେ ଏହା ଉପରେ ଶକ୍ତ ନିୟମ ଜାରି ହୋଇଥିଲେ ସୁଦ୍ଧା ବଜାରରେ ଏହାର ବିକ୍ରୀ ଉପରେ ଏଯାବତ୍ ସେଭଳି କୌଣସି ପରିବର୍ତ୍ତନ ହୋଇପାରିନି । ଲୋକେ ସବୁ ଜାଣି ମଧ୍ୟ ବିନା ଶଙ୍କାରେ ତଥା ବିନା କୌଣସି ଭୟରେ ବିଭିନ୍ନ ନିଶାଜାତ ଦ୍ରବ୍ୟଗୁଡିକୁ ବଜାରରେ ବିକ୍ରୀ କରିବା ସହ ଲୋକେ ମଧ୍ୟ ସେଗୁଡିକୁ କିଣିବାକୁ ପଛାଉନାିଁନ୍ତି । ଖାଲି ସେତିକି ନୁହେଁ ଏହି ପ୍ରକାର ଦ୍ରବ୍ୟଗୁଡିକର ବିଜ୍ଞାପନ ଉପରେ ମଧ୍ୟ ରୋକ୍ ଲଗା ଯାଇଛି ମାତ୍ର ସେକଥାକୁ ମାନୁଛି କିଏ ?

ବିଦେଶୀନିଙ୍କ ସହ ମଉଜମଜଲିସ୍ କରିବା

ଭାରତରେ ବିଦେଶୀ ବନ୍ଧୁ ବିଶେଷ କରି ବିଦେଶୀ ମହିଳାଙ୍କ ସହ ମଉଜମଜଲିସ୍ କରିବାକୁ ବାରଣ କରାଯାଇଛି । ମାତ୍ର ବାରଣ ସତ୍ୱେ ଲୋକେ ବିନା କୌଣସି ଭୟରେ ବିଦେଶୀନିଙ୍କ ସହ ବିଭିନ୍ନ ବାର୍, ହୋଟେଲ୍ ତଥା କ୍ଲବମାନଙ୍କରେ ମଜା ଉଠାଇବାରେ ଲାଗିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ମାଲେମାଲ୍ ସାଂସଦ ! ଜାଣନ୍ତୁ କେତେ ଦରମା ଆଉ କି ସୁବିଧା ପାଇଥାନ୍ତି ଭାରତୀୟ ସାଂସଦମାନେ