ତେଜିଲା ଦୁଇ ପୂର୍ବତନ ଅଧିନାୟକଙ୍କ ବିବାଦ : ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କଲେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି

424

କନକ ବ୍ୟୁରୋ : ଘନେଇଲା ଟିମ୍ ଇଣ୍ଡିଆର ଦୁଇ ପୂୂର୍ବତନ ଅଧିନାୟକଙ୍କ ବିବାଦ । ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କଲେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି । ଏହି ଦୁଇ ଭେଟେରାନ କ୍ରିକେଟର ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ସହ ଜଡିତ ଅଛନ୍ତି । ୧୫ ତାରିଖରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ବିରାଟ ବାଉଣ୍ଡ୍ରି ପାଖରେ ଏକ କ୍ୟାଚ ଧରିଥିଲେ । ଏବଂ ସୌରଭ କ୍ରିଜ ବାହାରେ ଦଳୀୟ ଟିମ୍ ସହ ବସିଥିଲେ । କ୍ୟାଚ ଧରିବା ପରେ ବିରାଟ ଯେଉଁ ପ୍ରକାର ଆଚରଣ ଦେଖାଇଥିଲେ ତାକୁ ନେଇ ଚର୍ଚ୍ଚା ବଢିଛି ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆରସିବି ପାଖରୁ ପରାସ୍ତ ହୋଇଥିଲା । ମ୍ୟାଚ ଶେଷରେ ଉଭୟ ଦଳର ଖେଳାଳି ଯେତେବେଳେ ପରସ୍ପର ସହ ହାତ ମିଳାଉଥିଲେ ସେହି ସମୟରେ ଏହି ଦୁଇ ଭେଟେରାନ କିନ୍ତୁ ହାତ ମିଳାଇନଥିଲେ । ମ୍ୟାଚର ଗୋଟିଏ ଦିନ ପରେ ପ୍ରଥମେ ବିରାଟ ସୌରଭଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ । ଏହାପରେ ସୌରଭ ଗାଙ୍ଗୁଲି ବିରାଟଙ୍କୁ ଅନଫଲୋ କରିଛନ୍ତି । କୋହଲି ଓ ଗାଙ୍ଗୁଲି ନିଜ ନିଜ ସମୟରେ କ୍ୟାପଟିନସିପ ଓ ନିଜ ପ୍ରଦର୍ଶନ ପାଇଁ ଦଳକୁ ଏକ ଶୀର୍ଷ ସ୍ତରରେ ପହଂଚାଇବା ସହିତ ନୂଆ ପରିଚୟ ଦେଇଥିଲେ ।

ତେବେ ଆଇପିଏଲ ପିଚରେ ଯେଉଁ ଘଟଣା ଦେଖାଦେଇଛି ତାହା ବିବାଦର ମୂଳ କାରଣ ନୁହଁ । ବରଂ ସୌରଭ ବିସିସିଆଇ ସଭାପତି ଥିବାବେଳେ ବିରାଟ କୋହଲି ଅଧିନାୟକ ପଦ ହରାଇଥିଲେ । ଆଉ ଏହାହିଁ ବିବାଦର ମୂଳ କାରଣ ବୋଲି କୁହାଯାଉଛି । ଏମିିତିିକି ପୂର୍ବରୁ ଏ ପ୍ରସଙ୍ଗରେ ପ୍ରେସ କନଫରେନସ କରି କୋହଲି କ୍ଷୋଭ ପ୍ରକାଶ କରିଥିଲେ ।