ନୂଆ ଚାଲ ଖେଳୁଛି ଡ୍ରାଗନ ସେନା : ଚୀନ ସୈନ୍ୟଙ୍କୁ ଫେସ ଅଫ ଡ୍ରିଲ ତାଲିମ ଦିଆଯାଉଛି

121

କନକ ବ୍ୟୁରୋ : ଏଲଏସିରେ ନିକଟରେ ନିଜର ସେନାକୁ ସ୍ୱତନ୍ତ୍ର ତାଲିମ ଦେଉଛି ଚୀନ୍ । ପ୍ରତିରକ୍ଷା ବିଗ୍ରେଡରର ସୈନ୍ୟମାନଙ୍କୁ ସ୍ୱତନ୍ତ୍ର ଫେସ ଅଫ ଡ୍ରିଲ ତାଲିମ ଦିଆଯାଉଥିବା ଜଣାପଡିଛି । ଦୁଇଟି ପର୍ଯ୍ୟାରେ ପ୍ରାୟ ୧୮୦୦ ସୈନିକ ତାଲିମ ନେଉଛନ୍ତି । ୭ଦିନ ପୂର୍ବରୁ ଏହି ତାଲିମ ଶିବିର ଆରମ୍ଭ କରିଛି ବେଜିଂ । ଏହି ତାଲିମ ମାଧ୍ୟମରେ ଚୀନ ନିଜ ସେନାକୁ ଅସ୍ତ୍ରଶସ୍ତ୍ର ଯୁଦ୍ଧ ତାଲିମ ଉପରେ ଅଧିକ ଧ୍ୟାନ ଦେବାକୁ ସ୍ଥିର କରିଛି । ସବୁଠୁ ବଡ କଥା ହେଉଛି ଭାରତର ଭୌଗୋଳିକ ସ୍ଥିତି ଭିତରେ ରହିଛି କିବିଥୁ ।

କିନ୍ତୁ ଚୀନ ଏହାର ନାଁ ବଦଳାଇ ଏହାକୁ ନିଜର ବୋଲି ଦାବି କରୁଛି । କିବିଥୁର ଅପରପାଶ୍ୱର୍ରେ ଏହି ସ୍ୱତନ୍ତ୍ର ତାଲିମ ଚାଲିଛି । ନିକଟରେ ଭାରତର ଗୃହମନ୍ତ୍ରୀ ଅମିତ ଶାହା ଏଠାରେ ପହଞ୍ଚିଥିଲେ । ଯାହାକୁ କଡ଼ା ବିରୋଧ କରିଥିଲା ଚୀନ । ତେବେ ଶାହା ନିଜ ଶୈଳୀରେ ଚୀନକୁ ବାର୍ତ୍ତା ଦେଇଥିଲେ । ସେପଟେ ଅରୁଣାଚଳପ୍ରଦେଶ ସମ୍ମୁଖରେ ଥିବା ନିଜର ସମସ୍ତ ଏୟାରବେସକୁ ମଜବୁକ କରିବ ପାଇଁ କାମ ଆରମ୍ଭ କରିଛି ବେଜିଂ । ଭାରତକୁ ଲାଗି ତିବଦ୍ଦରେ ନିଜର ବାୟୁଶକ୍ତି ବୃଦ୍ଧି କରୁଛି ଚୀନ । ଏହାକୁ ନେଇ ଭାରତ ସତର୍କ ରହିଛି । ଚୀନ୍ ସେନାର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି ଆମ ସୈନିକ ।