ୟୁକ୍ରେନର ମାରିୟୁପୋଲକୁ କବଜା କଲା ରୁଷ । ସହରକୁ ସ୍ୱାଧୀନ ବୋଲି ଘୋଷଣା କଲେ ପୁଟିନ୍

100

କନକ ବ୍ୟୁରୋ : ୟୁକ୍ରେନର ବନ୍ଦର ସହର ମାରିୟୁପୋଲକୁ ଦଖଲ କରିଛି ରୁଷିଆ ସେନା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମାରୁୟୁପୋଲ ଦଖଲ ନେଇ ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ଯୁଦ୍ଧ ପରେ ମାରିୟୁପୋଲ ସହରକୁ ସ୍ୱାଧୀନ କରାଯାଇଥିବା ପୁଟିନ୍ କହିଛନ୍ତି । ମାରିୟୁପୋଲକୁ ଦଖଲ କରିବା ପାଇଁ ଲଗାତର ବୋମାବର୍ଷା ଓ ନୃଶଂସ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍ ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯୁଦ୍ଧରେ କ୍ଷତିଗ୍ରସ୍ତ ୟୁକେନର ଅର୍ଥନୀତିର ବିକାଶ ପାଇଁ ମାସକୁ ୭ ବିଲିୟନ ଡଲାର ଆବଶ୍ୟକତା ରହିଛି । ଆଗକୁ ପରିସ୍ଥିତି ଆହୁରି ଖରାପ ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମର ଏକତା ଏବଂ ଅନ୍ୟ ଦେଶମାନଙ୍କ ସହ ଥିବା ଏକତା ଏବଂ ୟୁକ୍ରେନବାସୀ ପୁଟିନଙ୍କୁ ତ୍ରୁଟି ମୁକ୍ତ ସନ୍ଦେସ ଦେଇଛନ୍ତି । ପୁଟିନ୍ କେବେବି ୟୁକ୍ରେନ ଉପରେ ଅଧିକାର କରିପାରିବେନି ବୋଲି ବାଇଡେନ କହିଛନ୍ତି ।