ବୋରୱେଲରୁ ବାହାରିଲା ୩ ବର୍ଷର ଝିଅ ! ୨୮ ଘଂଟା ପରେ ୪୮ ଫୁଟ ଗାତ ଭିତରୁ ସାନାକୁ କଲେ ଉଦ୍ଧାର, ବିହାରରେ ବଡ ଧରଣର ରେସକ୍ୟୁ ଅପରେସନ୍ ସଫଳ ।

57

କନକ ବ୍ୟୁରୋ : ୨୮ ଘଂଟା ପରେ ବୋରୱେଲ ଭିତରୁ ଉଦ୍ଧାର ହେଲା କୁନି ଝିଅ । ସାନା ପାଇଲା ନୂଆ ଜୀବନ । ବିହାର ମୁଙ୍ଗେର ଜିଲ୍ଲାରେ ବୋରୱେଲ ଭିତରକୁ ଖସିପଡିଥିବା ୩ବର୍ଷର ଶିଶୁ ସାନାକୁ ଉଦ୍ଧାର କରାଯାଇଛି । ଝିଅଟି ୪୮ ଫୁଟ ତଳକୁ ଖସିପଡି ଅଟକି ରହିଥିଲା । ଗତକାଲି ଦିନ ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ବୋରୱେଲ ଭିତରକୁ ପାଇପ୍ ସାହାଯ୍ୟରେ ଅକ୍ସିଜେନ୍ ଦିଆଯାଇଥିଲା । ଏପରିକି କ୍ୟାମେରା ଦ୍ୱାରା ଟିକିନିଖି ନଜର ରଖାଯାଇଥିଲା । ବରିଷ୍ଠ ପୋଲିସ ଅଧିକାରୀ ଡାକ୍ତରୀ ଟିମ୍ ବି ରହିଥିଲେ । ଶେଷରେ ୨୮ ଘଂଟା ପରେ ଝିଅଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସନା ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲା । ସନ୍ଧ୍ୟା ୩ଟାରେ ସାନା ଘରର ଆଖପାଖରେ ଖେଳୁଥିବା ସମୟରେ ଖୋଳାଯାଇଥିବା ଏକ ବୋରୱେଲରେ ଗଳିପଡିଥିଲା । ଏହା ପରେ ଘର ଲୋକମାନେ ଅଗ୍ନୀଶମ ବିଭାଗକୁ ଖବର ଦେବା ପରେ ସେଠାରେ ଅଗ୍ନୀଶମ ବିଭାଗ ପହଞ୍ଚି ସନାକୁ ବାରୱେଲରୁ ବାହାର କରିବାରେ ଜୁଟି ପଡିଥିଲେ । କିନ୍ତୁ ଅଗ୍ନୀଶମ ବିଭାଗ ଏହି କାର୍ୟ୍ୟକୁ ଏକା କରିନପାରିବାରୁ ସେଠାରେ ଏନଡିଆରଏଫ ଟିମ ଆସି ପହଞ୍ଚିଥିଲେ ।