ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତାକାଲିଠାରୁ ହେବ ସ୍ଲଟ୍ ବୁକିଂ  । ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ହେବ ପରୀକ୍ଷା । 

1,269

କନକ ବ୍ୟୁରୋ : ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । ଡିଏଲ ପାଇଁ ଟେଷ୍ଟ ସମେତ ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି ଆରମ୍ଭ ହେବ । ଗୁରୁବାରଠାରୁ ଡିଏଲ ପାଇଁ ସ୍ଲଟ ବୁକିଂ କରିହେବ ।ଏବଂ ୧୮ ତାରିଖରୁ ଡିଏଲ ଟେଷ୍ଟ ହେବ । ସେହିପରି ୨୯ ତାରିଖରୁ ଲର୍ଣ୍ଣିଂ ପାଇଁ ଟେଷ୍ଟ ହେବ । ତେବେ ୨୨ ତାରିଖରୁ ଏଥିପାଇଁ ସ୍ଲଟ୍ ବୁକିଂ ହୋଇପାରିବ । ଗୁରୁବାର ସକାଳୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ କରିହେବ । ତେବେ ବର୍ତମାନ ସ୍ଥିତିରେ ନୂଆ ଲାଇସେନ୍ସ ଦିଆଯିବ ନାହିଁ ।

ଆବେଦନ ସମୟରେ କୋଭିଡ୍ ଗାଇଡଲାଇନକୁ ମାନି ସାମାଜିକ ଦୂରତା ରଖିବାକୁ ନିର୍ଦେଶ ଦିଆଯାଇଛି । ଅବେଦନକାରୀ ଓ ଆରଟିଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ଡିଏଲ ପରୀକ୍ଷା ହେଉଥବା ସ୍ଥାନରେ ଅବେଦନକାରୀଙ୍କ ଥର୍ମାଲ ସ୍କାନିଂ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ରରେ କମ୍ ଭିଡ କରିବା ସହ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ନ ଆଣିବାକୁ କୁହାଯାଇଛି । କରୋନା ପାଇଁ ଅଢେଇମାସ ହେଲା ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ବନ୍ଦ ରହିଥିଲା । ଏହାକୁ ପୁଣି ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ପରିବହନ କମିଶନର ।