ମୌସୁମୀ ବର୍ଷାରେ ଦେଶର ୬ ରାଜ୍ୟର ସ୍ଥିତି ସଙ୍ଗୀନ : ଭୋକ ଉପାସରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଶହ ଶହ ଲୋକ
କନକ ବ୍ୟୁରୋ : ସାରା ଦେଶରେ ଏବେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ତେବେ ପ୍ରତ୍ୟେକ ସମୟରେ ବର୍ଷା ବିଷୟରେ ଖବର ପ୍ରକାଶିତ ହେଉଛି । ତେବେ ଦେଶର ୬ ଟି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବାରୁ ସେଠାର ହା ହା କାର ପରିସ୍ଥିତି ଦେଖାଯାଇଛି । କେଉଁ ସ୍ଥାନରେ ବାଦଲ ଫଟା ବର୍ଷା ହେଉଛି ତ କେଉଁ ସ୍ଥାନରେ ବନ୍ୟା ପରିସ୍ଥତି ହେଉଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ରରେ ପରିସ୍ଥିତି ସବୁଠାରୁ ଜଟିଳ ଅବସ୍ଥାରେ ରହିଛି । ତେବେ ସେଠାକାର ସ୍ଥାନୀୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଖାଇବାକୁ ଯୋଗାଇ ଦେବା ସହ କିପରି ଭାବରେ ପାଣି ନିଷ୍କାସନ କରାଯିବ ସେନେଇ ଅନେକ କାମ ହାତକୁ ନିଆଯାଇଛି କିନ୍ତୁ ବନ୍ୟା ପରିସ୍ଥିତିରେ କୈାଣସି ସୁଧାର ଆସିନଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ଅନେକ ରାଜ୍ୟରେ ପାଣି ଘେରରେ ଲୋକମାନେ ରହିଥିବା ଜଣାପଡିଛି । ତେବେ ପ୍ରତ୍ୟେକ ବର୍ଷ ଏପରି ପରିସ୍ଥିତି ଦେଖାଯାଉଛି କିନ୍ତୁ ସେତେବେଳେ ଯେଉଁ ତତ୍ପରତା ସରକାର ଦେଖାଉଛନ୍ତି ତାହା ଅନ୍ୟ ଦିନରେ କାମ ଦେଖାଇ ପାଣି କିପରି ଭାବରେ ସହର ମଧ୍ୟରୁ ନିଷ୍କାସନ ହୋଇପାରିବ ତାହା ଚିନ୍ତା କଲେ ସହରର ମଧ୍ୟରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାରୁ ଲୋକମାନେ ରକ୍ଷା ପାଇପାରନ୍ତେ ବୋଲି ପାଣିଘେରରେ ଥିବା କିଛି ଲୋକ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସାରା ରାଜ୍ୟରେ କିଛି ସ୍ଥାନ ଏପରି ରହିଛି ଯେଇଁଠାରେ ବର୍ତ୍ତମାନ ସମୟରେ ବି ପାଣି ଜମି ରହିଛି । ମଧ୍ୟପ୍ରଦେଶରେ ଏକ ପୋଲ ଭାଙ୍ଗି ଯିବାରୁ ଉଭୟ ପାଶ୍ୱର୍ରେ ଶହଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଏପରିକି ରାଜଧାନୀ ଭୋପାଲରେ ମଧ୍ୟ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଲୋକମାନେ ଥିବା ଜଣାପଡିଛି । ପ୍ରବଳ ବର୍ଷାରେ ଭୋପାଳ ସହରରେ ଅନେକ ଲୋକଙ୍କ ଘର ପାଣିଘେରରେ ଥିବା ଜଣା ପଡିଛି । ପାଣି ଘେରରେ ତିନି ଜଣ ଭାସିଯାଇଥିଲେ ସେମାନଙ୍କ ବର୍ତ୍ତମାନ ସମୟରେ ମଧ୍ୟ କୈାଣସି ପତା ମିଳିପାରିନାହିଁ । ସେହିପରି ଛତିଶଗଡରେ ରାୟପୁର ପ୍ରବଳ ବର୍ଷା ହେବା କାରଣରୁ ମହାନଦୀ ଓ ତାହାର ଶାଖାନଦୀରେ ପ୍ରବଳ ପାଣି ଆସି ସେଠାରେ ବନ୍ୟା ପରିସ୍ଥତି ଦେଖାଯାଇଛି । ଏହାସହ ବିଳାସପୁର, ଜଗଦଲପୁର ଓ ଭିଲାଇରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି ।
ଗୁଜୁରାଟର ଜାମନ ନଗରରେ ପ୍ରବଳ ବର୍ଷା ହେବା କାରଣରୁ ସେଠାରେ ମଧ୍ୟ ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି । ସେହି ରାସ୍ତା ଦେଇ ଯାଇଥିବା ରେଳ ଲାଇନ ଉପରେ ପ୍ରବଳ ବର୍ଷା ପାଣି ଜମିରହିଥିବାରୁ ରେଳ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି । କେବଳ ଏତିକି ନୁହେଁ ଅନେକ ବିଶାଳ ଗଛ ଗୁଡିକ ଉପୁଡି ପଡିଥିବା ଜଣାପଡିଛି । ହିମାଚଳପ୍ରଦେଶର ମାନିଲି ଅଞ୍ଚଳରେ ବାଦଲ ଫଟା ବର୍ଷା ହେବାରୁ ପାହାଡ ଧସି ପଡିଛି । ତେଣପ ସେହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଯାନବାହାନକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି । ଅନେକ ରାସ୍ତା ଧସିପଡିଥିବା କାରଣରୁ ଲୋକମାନେ ନାହାନଥିବା ହଇରାଣ ହେଉଥିବା ଦେଖାଯାଉଛି ।
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବାରୁ ରାଜଧାନୀ ମୁମ୍ବାଇରେ ମଧ୍ୟ ପ୍ରବଳପାଣି ଜମିରହିଥିବା ଦେଖାଯାଇଛି । ତେଣୁ ସେଠାକାର ଲୋକାଲ ଟ୍ରେନକୁ ମଧ୍ୟ କିଛି ଦିନ ଲାଗି ବନ୍ଦ କରାଯାଇଥିଲା । ଏପରି ପରିସ୍ଥିତି ହୋଇଥିଲା ଯେ, ସରକାର କିଛି ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିଥିଲେ । ସବୁଆଡେ କେବଳ ପାଣି ହିଁ ପାଣି ଦେଖାଯାଉଛି । ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛନ୍ତି ଯେ, ଆସନ୍ତା ୨୧ ଓ ୨୨ ତାରିଖରେ ଏ ସମସ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେଣୁ ପାଣି କମିନଥିବାରୁ ପୁଣି ଥରେ ବର୍ଷା ଖବର ଶୁଣି ଚିନ୍ତାରେ ଲୋକ । ତେବେ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସାହାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ଷାଦିନ ଆସିଲେ ସହରର ଲୋକ ଆତଙ୍କିତ ହେବାରେ ଲାଗୁଛନ୍ତି । କାରଣ ଘଣ୍ଟା ବର୍ଷା ହେଲେ ଘରୁ ବାହାରକୁ ବାହାରିବା କଷ୍ଟ ହେବା ସହ ଘରେ ମଧ୍ୟ ପାଣି ପଶୁଥିବା ଦଗେଖାଯାଉଛି । ସହରରେ ସଠିକ ଭାବରେ ପାଣି ନିଷ୍କାସନର ବ୍ୟବସ୍ଥା ଥିଲେ ଏପରି ହେଉ ନଥାନ୍ତା ବୋଲି ଜଳବନ୍ଦୀ ଅବସ୍ଥାରେ ଥିବା ଲୋକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଓଡିଶାରେ ମଧ୍ୟ ଅନେକ ସ୍ଥାନରେ ଲୋକମାନେ ପାଣି ଘେରରେ ଥିବା ଜଣାପଡିଛି । ଏପରିକି ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଅନେକ ଅଞ୍ଚଳରେ ବର୍ଷା ସମୟରେ ପାଣି ଜମି ରହୁଛି ଯେଉଁଥିରେ ସାଧାରଣ ଜୀବନ ଯାପନ ପ୍ରଭାବିତ ହେଉଛି ।