ପୁଣି ଫେରିଲା ପୁରୁଣା ସାଥୀ ! ମନ୍ତ୍ର ଫୁଙ୍କିଲେ ଶାହା, ମେଣ୍ଟ ପାଇଁ ମାନିଗଲା ଶିବସେନା । 

299

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିଜେପିକୁ ମିଳିଲା ପୁରୁଣା ସାଥୀ । ସାଧାରଣ ନିର୍ବାଚନ ବୈତରଣୀ ପାର ହେବାପାଇଁ ବିଜେପିର ସାଥ୍ ଦେବ ଶିବସେନା । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ବିଜେପି ଓ ଶିବଶେନା ଶୀର୍ଷ ନେତା । ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ଉପସ୍ଥିତିରେ ବିଜେପି ଓ ଶିବସେନାର ଆସନ ବୁଝାମଣା ହୋଇଛି ।

ବିରୋଧୀଙ୍କୁ ରୋକିବା ପାଇଁ ବିଜେପି-ଶିବସେନାଙ୍କ ମଧ୍ୟରେ ହୋଇଥିବା ଆସନ ବୁଝାମଣାରେ ମହାରାଷ୍ଟ୍ରରେ ବିଜେପି ୨୫ ଲୋକସଭା ଆସନରେ ଲଢ଼ିବା ସହ ଶିବସେନାକୁ ୨୩ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ସାଥ୍ ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ପକ୍ଷରୁ ନିଷ୍ପତି ହୋଇଛି । ତେବେ ଏହି ମର୍ମରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଉଭୟ ଦଳ ମେଣ୍ଟ କରିଛନ୍ତି । ଯାହାକି ବିପକ୍ଷ ଦଳର ରଣନୀତିକୁ ପ୍ରତିହତ କରିବ  ।

ପୂର୍ବରୁ ଆସନ ବୁଝାମଣାକୁ ନେଇ ଦୁଇ ଦଳ ମଧ୍ୟରେ ଯେଉଁ ମତଭେଦ ଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଆଉ ଏକାଠି ହୋଇଛନ୍ତି ବିଜେପି-ଶିବାସେନା । ଏହାସହ ରାମମନ୍ଦିର ପ୍ରସଙ୍ଗରେ ଅନେକ ସମୟରେ ବିଜେପିକୁ ଟାର୍ଗେଟ କରୁଥିଲା ଶିବସେନା । କିନ୍ତୁ ଆଜିର ସାମ୍ବାଦିକ ସମ୍ମିଳନୀେୀ ଶିବସେନା ଅଧ୍ୟକ୍ଷ ଉଦ୍ଧବ ରାମମନ୍ଦିର ପ୍ରସଙ୍ଗ ଉଠାଇଥିଲେ । ଏହାର ଜବାବରେ ଅମିତ ଶାହା କହିଥିଲେ ଯେ ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ଓ ମନ୍ଦିର ନିର୍ମାଣ କରାଯିବ ।