ଶ୍ରୀମନ୍ଦିର ବେଢା ଚାରିପଟେ ହେବ ଶହେଫୁଟିଆ ରାସ୍ତା : ପରିକ୍ରମା ମାର୍ଗ ପାଇଁ ୭ ଶହ କୋଟିର ଖର୍ଚ୍ଚ ଅଟକଳ ପ୍ରସ୍ତାବ

51

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିର ବେଢା ଚାରିପଟେ ହେବ ଶହେଫୁଟିଆ ରାସ୍ତା । ତିଆରି ହେବ ପରିକ୍ରମା ମାର୍ଗ । ରଥଯାତ୍ରା ପୂର୍ବରୁ ସରିବ କାମ । ଏଥିପାଇଁ ଜମି ଅଧିଗ୍ରହଣ ହେବା ସହ କୋଠା ଭଂଗା ଯିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି । ଶେଷ କୋଠା ଭାବେ ରଘୁନାଥ ଅତିଥି ବିହାର ସମ୍ମୁଖ ରାସ୍ତାରେ ପ୍ରଶାସନ ଚଲାଇଛି ବୁଲଡୋଜର ।

ପ୍ରଥମେ ଏହି ରାସ୍ତା ୩୦ ଫୁଟ ଏବଂ ପରେ ଆହୁରି ଶହେ ଫୁଟ ଚଉଡା କରିବାକୁ ଯୋଜନା କରାଯାଇଛି । ଅଧିଗ୍ରହଣ ପାଇଁ ୭ ଶହ କୋଟି ଟଙ୍କା ଖର୍ଚ ଅଟକଳ ହୋଇଛି । ଯେଉଁ ଭକ୍ତ ମାନେ ଶ୍ରୀମନ୍ଦିର ଯାଇପାରୁନାହାଁନ୍ତି ସେମାନେ ଶ୍ରୀମନ୍ଦିର ଚାରିପାଖରେ ବୁଲି କୀର୍ତନ କରିବା ସହ ପୁଣ୍ୟ ଅର୍ଜନ କରିପାରିବେ ।