ଅଯୋଧ୍ୟା ପହଂଚିଲେ ସିୟା ସେଣ୍ଟ୍ରାଲର ଅଧ୍ୟକ୍ଷ ବସୀମ ରିଜଭୀ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଲେ ୧୦ ହଜାର ଟଙ୍କା ଚାନ୍ଦା

46

କନକ ବ୍ୟୁରୋ: ଅଯୋଧ୍ୟାରେ ବହୁବିବାଦ ପରେ ରାମ ମନ୍ଦିର ତିଆରି ହେବାକୁ ଯାଉଛି । ଏହି ମନ୍ଦିର ନିର୍ମାଣ ଲାଗି ଅନେକ ବିଦ୍ୱାନ ବ୍ୟକ୍ତି ସହାୟତା ପ୍ରଦାନ କରୁଛନ୍ତି । ଠିକ୍ ସେହିପରି ସିୟା ସେଣ୍ଟ୍ରାଲ ବୋର୍ଡର ଅଧ୍ୟକ୍ଷ ୧୦ ହଜାର ଟଙ୍କା ଚାନ୍ଦା ଦେଇଥିବା ଜଣାପଡିଛି । ଏହି ଟଙ୍କାରେ ମନ୍ଦିରରେ ଲାଗିବାକୁ ଥିବା ପଥର କିଣା ହେବ ବୋଲି ଜଣାପଡିଛି । ରିଜଭୀ ଆହୁରି ମଧ୍ୟ କହିଛନ୍ତି ଯେ, ଦରକାର ପଡିଲେ ଏଥିଲାଗି ଏକ ଅଧ୍ୟାଦେଶ ଅଣାଯିବା ଦରକାର ।

ବସୀମ ରାମ ମନ୍ଦିର ଆନ୍ଦୋଳନକାରୀରର ମୁଖ୍ୟ ଗୋପାଲ ଦାସଙ୍କ ଆଶ୍ରମ ଯାଇ ଦେଖା କରିବା ସହ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଦେଇଛନ୍ତି । ଏହା ପରେ ସେ ମନ୍ଦିର ତିଆରି ହେବା ସ୍ଥାନକୁ ଯାଇ ସେଠାରେ ବହୁ ପୂର୍ବରୁ ରଖାଯାଇଥିବା ଜିନିଷକୁ ଦେଖିଥିଲେ । “ଯେଉଁ ମୁସଲମାନ ମାନେ ଏଠାରେ ରାମ ମନ୍ଦିର ଭାଙ୍ଗିବା ଲାଗି ଚେଷ୍ଟା କରୁଛନ୍ତି । ଏଠାକାର ଶାନ୍ତ ପରିବେଶକୁ ଅଯଥା ଅଶାନ୍ତ କରିବାକୁ ଚାହୁଁଛନ୍ତି । ସେମାନେ ସେହି ଲୋକ ଯେଉଁମାନେ କି ସାଉଦିି ଆରବରେ ମହମ୍ମଦ ସାହେବଙ୍କ ଝିଅଙ୍କ ଜନତ ଉଲ୍ଲ ବକିଙ୍କୁ ଭାଙ୍ଗିଥିଲେ । ଯେଉଁ ମାନେ ରାମ ମନ୍ଦିରକୁ ବିରୋଧ କରୁଛନ୍ତି ସେମାନେ ଦେଶର ଗଦାର” ବୋଲି ରିଜଭୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦୁନିଆ ଜାଣିଛି କେଉଁ ସ୍ଥାନରେ ପ୍ରଭୁରାମଙ୍କ ଜନ୍ମ । ଯଦି ରାମଙ୍କ ଜନ୍ମସ୍ଥାନରେ ତାଙ୍କର ମନ୍ଦିର ତିଆରି କରା ନଯିବ ତେବେ କେଉଁ ସ୍ଥାନରେ ତିଆରି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବହୁତ ଡେରି ହେଲାଣି ବହୁ ଆଗରୁ ଏଠାରେ ମନ୍ଦିର ନିର୍ମାଣ କରାଯିବାର କଥା ବୋଲି ସେ କହିଛନ୍ତି ।

ଏହା ସହ ସେ ମୁସଲମାନଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି କି ମୁଁ ଏଥିପ୍ରତି ଏମାନଙ୍କ ସାଙ୍ଗରେ ନାହିଁ । କୈାଣସି ଧର୍ମର ଭାବନା ସହ ଖେଳିବା ବା ସମାଲୋଚନା କରିବାକୁ ମୁଁ ଆଦୈା ପସନ୍ଦ କରେ ନାହିଁ । ନିଜର ଚିନ୍ତାଧାରା ବଦଳାଇବାକୁ ସମସ୍ତ ଆନ୍ଦୋଳନକାରୀଙ୍କୁ ବଦଳାଇବାକୁ ପଡିବ ବୋଲି ସେ କହିଛନ୍ତି । ଏହା କହିବା ପରେ ଯଦି କୈାଣସି ବ୍ୟକ୍ତି ମତେ ମୁସଲମାନ ଧର୍ମରୁ ବିଦା କରିବାକୁ ଚାହାଁନ୍ତି ତେବେ ମୋର କିଛି ଫରକ ପଡିବନି ବୋଲି ରିଜଭୀ କହିଛନ୍ତି । ଆସନ୍ତାକାଲି ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟା ଯିବାସହ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି ।