ମହାକାଶକୁ ଯିବେ ଭାରତୀୟ ବଂଶୋଦ୍ଭବ ସାୱନା ପାଣ୍ଡ୍ୟା : କଳ୍ପନା ଓ ସୁନୀତାଙ୍କ ପରେ ରଚିବେ ଇତିହାସ

40

କନକ ବ୍ୟୁରୋ : ମହାକାଶକୁ ଯିବେ ଆଉ ଜଣେ ଭାରତୀୟ ମହିଳା । କଳ୍ପନା ଚାୱାଲା ଓ ସୁନୀତା ଉଇଲିୟମଙ୍କ dପରେ ତୃତୀୟ ମହିଳା ମହାକାଶଚାରୀ ଭାବେ ସାୱନା ପାଣ୍ଡ୍ୟା ମହାକାଶରେ ପାଦ ରଖିବେ । ଏଥିପାଇଁ ନାସା ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । କାନାଡାରେ ରହୁଥିବା ଭାରତୀୟ ବଂଶଦ୍ଭୋବ ଡାକ୍ତର ସାୱନା ପାଣ୍ଡ୍ୟା ୨୦୧୮ରେ ମହାକାଶ ଯିବେ । ଏହି ଅଭିଯାନରେ ନାସା ପକ୍ଷରୁ ୮ ଜଣ ମହାକାଶକୁ ଯିବେ । ଏମାନଙ୍କ ମଧ୍ୟରେ ରହିଛନ୍ତି ସାୱନା ।

୧୯୯୭ରେ କଳ୍ପନା ଚାୱାଲା ଓ ୨୦୦୬ ସୁନୀତା ଉଇଲିୟମଙ୍କ ମହାକାଶ ଯାତ୍ରା ପରେ ୨୦୧୮ରେ ସ୍ପେଶରେ ପାଦ ରଖିବେ ଡାକ୍ତର ତଥା ୩୨ ବର୍ଷିୟ ଅପେରା ସିଂଗର ସାୱନା । ବିମାନ ମହାକାଶ ଯାତ୍ରା ପାଇଁ ହୋଇଥିବା ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କୁ ପଛରେ ପକାଇ ଏହି ମହାକାଶଯାତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି ସାୱନା ।ନାସା ମହାକାଶ ମିଶନ ଲାଗି ପ୍ରସ୍ତୁତ ହେଉଥିବା ସାୱନା ଜଣେ ନ୍ୟୁରୋ ସର୍ଜନ । ସେ ତାଙ୍କ ଡାକ୍ତରୀ ପେଶାକୁ ମଧ୍ୟ ଖୁବ୍ ଭଲ ପାଉଥିବା ଗଣମାଧ୍ୟମକୁ କହିଛନ୍ତି । ସାୱନାଙ୍କ ଜନ୍ମ କାନାଡାରେ ହୋଇଥିବା ବେଳେ ଏବେ ସେ ତାଙ୍କ ଜେଜେମାଙ୍କ ସହ ମୁମ୍ବାଇରେ ରହୁଛନ୍ତି ।