ମହାନଦୀ ବଚାଓ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବ ବିଜେଡି : କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

29

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରୁ ବିଜେଡି ଆରମ୍ଭ କରିବ ମହାନଦୀ ବଚାଓ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ । ଛତିଶଗଡରୁ ମହାନଦୀ ଆସି ଓଡିଶାର ସୁଖାସୋଡାଠାରେ ରାଜ୍ୟକୁ ପ୍ରବେଶ କରିଛି । ଏହି ସ୍ଥାନରୁ ଏହି ଅଭିଯାନ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ସଫଳ କରିବା ପାଇଁ ଝାରସୁଗୁଡାରୁ ଭୁବନେଶ୍ୱର ଯାଏଁ ବିଜେଡି ଶିବିର ଚଳଚଂଚଳ ହୋଇ ଉଠିଛି ।

ବିଜେଡିର ବରିଷ୍ଠ ନେତାମାନେ ଝାରସୁଗୁଡାରେ ଡେରା ପକାଇଛନ୍ତି । ମହାନଦୀର ଶୁଖିଲା ବାଲିଶଯ୍ୟା ବୁଲି ଦେଖିଛନ୍ତି । ଏହି ଦିନ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଓ ବରଗଡ ଦୁଇଟି ଜିଲ୍ଲାରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି । ଏହିଠାରୁ ଛତିଶଗଡର ବିଜେପି ସରକାର ବିରୋଧରେ ଯୁଦ୍ଧ ଡାକରା ଦେବେ ବୋଲି ବିଜେଡି ନେତା କହିଛନ୍ତି । ତେଣୁ ସଭା ଆୟୋଜନ ସ୍ଥଳ ପରିଦର୍ଶନ କରିଛନ୍ତି ବରିଷ୍ଠ ବିଜେଡି ନେତା । ମହାନଦୀକୁ ନେଇ କୌଣସି ସାଲିସ ହେବ ନାହିଁ ବୋଲି ବିଜେଡି କହିଛି ।