ଇଏ ସେହି ସ୍କୁଟି । ଝରାଫୁଲ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଲା ବଡ଼ ସୁରାକ । 

397

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ବଡ଼ ସୁରାକ । ଭୁବନେଶ୍ୱର ସୁନ୍ଦରପଦାରୁ ମିଳିଲା ସ୍କୁଟର । ସ୍କୁଟରକୁ ଜବତ କଲା ଯାଜପୁର ପୋଲିସ । ସ୍କୁଟରରେ ଝରାଫୁଲକୁ ନେଇ ଯାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ତାହାର ସହଯୋଗୀ ।

ତେବେ ଗତକାଲି ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଯାଜପୁରରୁ ଭୁବନେଶ୍ୱରକୁ ଆଣି ସିନ-ରିକ୍ରିଏଟ୍ କରିଥିଲା କୁଆଖିଆ ପୁଲିସ । ସୁନ୍ଦରପଦାରେ ଥିବା ଅଭିଯୁକ୍ତର ଘର, ପୋଖରୀପୁଟ ମଧୁସୁଦନ ପାର୍କ, ଫାଷ୍ଟଫୁଡ ଦୋକାନ ଓ ଗେଷ୍ଟ ହାଉସକୁ ନେଇ ସିନ୍ ରି-କ୍ରିଏଟ୍ କରାଯାଇଥିଲା । ଗେଷ୍ଟ ହାଉସରେ ଝରାଫୁଲ ଓ ରାକେଶ ରହଣୀ ସମୟରେ କଣ ସବୁ ଘଟିଥିଲା । ସେନେଇ ଗୋଟି ଗୋଟି କରି ପୁଲିସ ଉପସ୍ଥିତିରେ ଅଭିଯୁକ୍ତ ଡେମୋ ଦେଖାଇଛି । ଆଉ କ୍ରାଇମର ରି-କ୍ରିଏସନ ଦେଖିବା ପରେ ପୁଲିସକୁ ଝରାଫୁଲ ମୃତ୍ୟୁର କିଛି ଖିଅ ମିଳିପାରେ ବୋଲି ଆଶା କରାଯାଉଛି ।