ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ରାଲିରେ ସାମିଲ କରାଇବା ଘଟଣା : ଅଡୁଆରେ ବାଲିପଟା ପଂଚାୟତର ହାଇସ୍କୁଲ କର୍ତ୍ତୃପକ୍ଷ

46

କନକ ବ୍ୟୁରୋ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ରାଲିରେ ସାମିଲ କରାଇ ଏବେ ଅଡୁଆରେ ସ୍କୁଲ କର୍ତ୍ତୃପକ୍ଷ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ପଂଚାୟତ ହାଇସ୍କୁଲରେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଗତ ମଙ୍ଗଳବାର ପ୍ରଦେଶ କଂଗ୍ରେସ ସଭାପତି ପିସିସି ହରିଚନ୍ଦନ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର ନିଜ ସମର୍ଥକ ଓ କର୍ମୀଙ୍କ ସହ ବାଲିପଟା ଗାଁକୁ ନିର୍ବାଚନୀ ରାଲିରେ ଯାଇଥିଲେ ।

ଏହି ସମୟରେ ବାଲିପଟା ପଂଚାୟତ ହାଇସ୍କୁଲର ଛାତ୍ରଛାତ୍ରୀ କଂଗ୍ରେସର ଏହି ହେଭିୱେଟ ନେତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରସାରଣ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଦେଖନ୍ତୁ ଏହି ଭିଡିଓ :