ପାର୍ବଣରେ ଉତ୍ସବମୁଖର ପୁରପଲ୍ଲୀ : ଆଜି ମଣ୍ଡପରେ ମହାସପ୍ତମୀ, ପୀଠରେ ଅଷ୍ଟମୀ ପୂଜା

27

କନକ ବ୍ୟୁରୋ : ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ନେଇ ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ । ଆଜି ମଣ୍ଡପ ଗୁଡ଼ିକରେ ମା’ଙ୍କର ମହାସପ୍ତମୀ ପୂଜା ହେଉଥିବା ବେଳେ ପୀଠ ଗୁଡ଼ିକରେ ମହାଅଷ୍ଟମୀ ପୂଜା କରାଯାଉଛି ।

ଗତକାଲି ବିଳମ୍ବିତ ରାତିରେ ଷଷ୍ଠୀ ଅବସରରେ ମା’ଙ୍କ ବିଲ୍ୱବରଣ ପୂଜା ହୋଇଥିଲା । ଷଷ୍ଠୀରେ ମା’ଙ୍କର ବିଲ୍ୱବରଣ କରାଯାଇଛି । ଆଜି ମହାସପ୍ତମୀ । ଏପଟେ ବିଭିନ୍ନ ପୂଜା ମଣ୍ଡପରେ ଷଷ୍ଠୀ ପୂଜା ଆୟୋଜିତ ହୋଇଥିବାବେଳେ, କିଏ କେତେ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିପାରିବେ ସେଥିପାଇଁ ଜୋରଦାର ପ୍ରସ୍ତୁତି ବି ହୋଇଛି । ତୋରଣ, ମଣ୍ଡପ ଓ ମେଢକୁ ଆକର୍ଷଣୀୟ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ପୂଜା କମିଟି । ସେହିପରି ପୀଠ ଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –