ଭୋଟ୍ ଫର ମାରିକ୍

21

ଝାଡଖଣ୍ଡ : ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକଙ୍କ ଆଜି ରାଜନୈତିକ ଭାଗ୍ୟ ପରୀକ୍ଷା । ପ୍ରଶାସନିକ ସେବାରୁ ଅବ୍ୟାହତି ନେବା ପରେ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ସଂଜୀବ ମାରିକ । ଝାଡଖଣ୍ଡ ଗୋଡା ଆସନରୁ ଉପନିର୍ବାଚନ ଲଢୁଛନ୍ତି ମାରିକ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା- ଜେଏମଏମ ଟିକେଟରେ ଏହି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଓଡିଶା ପୁଲିସର ଏହି ପୂର୍ବତନ ଡିଜି । ଗୋଡା ଓ ପାଙ୍କି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି । ଗୋଡା ଆସନରେ ମୋଟ ୧୫ଜଣ ପ୍ରାର୍ଥୀ ଥିବାବେଳେ ବିଜେପିର ଅମୀତ ମଣ୍ଡଳ, ଆରଜେଡିର ସଂଜୟ ଯାଦବ ଓ ଜେଏମଏମର ସଂଜୀବ ମାରିଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୯ ତାରିଖରେ ଏହି ଦୁଇ ଆସନରେ ଭୋଟ ଗଣତି ହେବ ।