ସମ୍ବଲପୁରର ୪ଟି ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ : ହିଂସା ପରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଥିଲା

141

କନକ ବ୍ୟୁରୋ : ସମ୍ବଲପୁରର ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅଇଁଠାପାଲି, କ୍ଷେତରାଜପୁର, ବରେଇପାଲି ଓ ସଦର ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଛି । କର୍ଫ୍ୟୁ ହଟିବା ନେଇ ଏସପି ସୂଚନା ଦେଇଛନ୍ତି । ହିଂସା ପରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଥିଲା ।