ସମ୍ବଲପୁର ଅଇଁଠାପାଲି ହାଜତ ମୃତ୍ୟୁର ଏଚଆରପିସି ଓ ଏସପି ତଦନ୍ତ ଆରମ୍ଭ : ଅବହେଳା ପାଇଁ ଥାନା ଅଧିକାରୀଙ୍କ ସମେତ ୩ ସସପେଣ୍ଡ

35

କନକ ବ୍ୟୁରୋ : ସମ୍ବଲପୁରରେ ଏଚଆରପିସିର ତିନି ଜଣିଆ ଟିମ୍ । ଆଜି ଅଇଁଠାପାଲି ଥାନା ହାଜତରେ ମୃତ୍ୟୁ ହୋଇଥିବା ଯୁବକଙ୍କ ପରିବାରକୁ ଭେଟିବେ । ଥାନାକୁ ଯାଇ ପଚରାଉଚରା କରିବେ । ସମ୍ବଲପୁର ହାଜତ ମୃତ୍ୟୁ ଘଟଣାରେ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଚଆରପିସି ତଦନ୍ତ କରୁଛନ୍ତି । ଏଚଆରପିସିର ତିନି ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ଯାଂଚ ଆରମ୍ଭ କରିଛନ୍ତି । ଏଚଆରପିସିର ଗାଇଡଲାଇନ ଅନୁଯାୟୀ ଟିମ୍ ତଦନ୍ତ କରୁଛି । ତଦନ୍ତ ସମୟରେ ଘଟଣାର ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇ ଯାଂଚ କରାଯାଇ ୩ ଦିନ ଭିତରେ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଏଚଆରପିସି ମୁଖ୍ୟ । ଥାନା ହାଜତରେ ଅଭିଯୁକ୍ତ ଯୁବକଙ୍କର ମୃତ୍ୟୁକୁ ନେଇ ସମ୍ବଲପୁରରେ ଲଙ୍କାକାଣ୍ଡ ହୋଇଥିଲା । ତାପରେ ଅଇଁଠାପାଲି ଥାନା ଅଧିକାରୀଙ୍କ ସମେତ ୩ଜଣଙ୍କୁ ନିଲମ୍ବିତ କରିଥିଲେ ପୁଲିସ୍ ଡିଜି ।

ସୂଚନାଯୋଗ୍ୟ ଗତକାଲି ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ ଜନତା । ପ୍ରତିବାଦ ଏତେ ତ୍ରୀବ ରୁପ ନେଇଥିବା ଯେ, ଥାନାରେ ନିଆଁ ଲାଗାଇ ଦେଲେ ଉତ୍ୟକ୍ତ ଲୋକ । ପୁଲିସ କର୍ମଚାରୀଙ୍କ ଉପରକୁ ଟେକା ପଥର ମାଡ ହୋଇଥିବା ବେଳେ ଆଇନଶୃଙ୍ଖଳା ପାଇଁ ୭ପ୍ଲାଟୁନ ଫୋର୍ସ ମୁତୟନ କରିବାକୁ ପଡ଼ିଲା । ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ଅଇଁଠାପାଲି ଥାନା ଅଧିକାରୀଙ୍କ ସହ ଡିସିଓ ଏବଂ ସେଂଟ୍ରିଂଙ୍କୁ ନିଲମ୍ବିତ କରାଯାଇଛି । ହାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ଅଶାନ୍ତ ହୋଇ ଉଠିଥିଲା ପଶ୍ଚିମ ଓଡିଶାର ଏହି ପ୍ରମୁଖ ସହର । ସଂଘର୍ଷ, ଲଙ୍କାକାଣ୍ଡ, ଧସ୍ତାଧସ୍ତି ଆଉ ଉତ୍ତେଜନା । ତିନି ଘଂଟା ଧରି ରଣକ୍ଷେତ୍ର ପାଲଟିଥିଲା ପୁରା ଅଂଚଳ । ପ୍ରଥମେ ସ୍ଥାନୀୟ ଅଂଚଳରେ ରାସ୍ତାରୋକ, ଆଉ ପରେ ମନରେ ଚପି ରହିଥିବା ଅସନ୍ତୋଷକୁ ଜାହିର କରିବାକୁ ଥାନାରେ ବ୍ୟାପକ ଭଙ୍ଗାରୁଜା । ନୀରବଦ୍ରଷ୍ଟା ସାଜିବା ଛଡା ପୋଲିସ ପାଖରେ ଆଉ କିଛି ଉପାୟ ନଥିଲା । ଥାନା ଭିତରେ ଲଙ୍କାକାଣ୍ଡ ଭିଆଇବା ସହ ଉତ୍ୟକ୍ତ ଲୋକେ ଯାହା ପାଇଥିଲେ ଭାଙ୍ଗିଥିଲେ ଆଉ ପୋଡିଥିଲେ ।