ପ୍ରଫେସର ଲକ୍ଷ୍ମଣ ଯାଦବଙ୍କ ପାଇଁ ଖୋଲିଲା ରାଜନୀତିର ରାସ୍ତା । ଏସପିରେ ଯୋଗଦେବା ନେଇ ବଢିଲା ଚର୍ଚ୍ଚା

109

କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜାକିର ହୁସେନ କଲେରେ ଗତ ୧୪ ବର୍ଷ ଧରି ହିନ୍ଦୀ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ଲକ୍ଷ୍ମଣ ଯାଦବଙ୍କ କଲେଜ ତରଫରୁ ବହିସ୍କାର କରାଯାଇଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ ମିଡିଆରେ ଲକ୍ଷ୍ମଣ ଯାଦବଙ୍କର ଅନେକ ଫଲୋଅର୍ସ ରହିଛନ୍ତି । ସେପଟେ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଲକ୍ଷ୍ମଣଙ୍କ ସପକ୍ଷରେ ରାଜରାସ୍ତାକୁ ଉହ୍ଲାଇଛନ୍ତି । ଲକ୍ଷ୍ମଣ ଯାଦବଙ୍କ କଲେଜରୁ ବହିସ୍କାର କରାଯିବା ପରେ ଏବେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ତାଙ୍କୁ ଦଳରେ ମିଶାଇବା ନେଇ ଇଶାରା କରିଛି । ଏବେ ଅଖିଳେଶ ଯାଦବ ଲକ୍ଷ୍ମଣଙ୍କୁ ସହାୟତାର ହାତ ବଢାଇଛନ୍ତି ।

ଏକ ସଭାରେ ଲକ୍ଷ୍ମଣ ଯାଦବଙ୍କ ବହିସ୍କାର ନେଇ ଅଖିଳେଶଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା । ଏହାର ଉତ୍ତରରେ ଅଖିଳେଶ କହିଥିଲେ କି, ଲକ୍ଷ୍ମଣ ଯାଦବ ସମାଜବାଦୀ ପାର୍ଟିରେ ଯୋଗଦେଇ ସମାଜର ଅବହେଳିତଙ୍କ ପାଇଁ କାମ କରନ୍ତୁ ବୋଲି ଅଖିଳେଶ କହିଥିଲେ ।

ପ୍ରଫେସର ଲକ୍ଷ୍ମଣ ଯାଦବ ବିଶେଷ ଭାବେ ଆମ୍ବେଦକରବାଦୀ ଓ ସେ ସମାଜବାଦରେ ବିଶ୍ୱାସ ରଖନ୍ତି । ଅନେକ ସଭା ମଞ୍ଚରେ ଲକ୍ଷ୍ମଣ ଯାଦବଙ୍କ ଭାଷଣ ଲକ୍ଷ ଲକ୍ଷ ଲୋକ ଶୁଣିବା ସହ ସୋସିଆଲ ମିଡିଆରେ ମଧ୍ୟ ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି ଏହି ପ୍ରଫେସରଙ୍କର ।