ଓଡିଆ ପୁଅ ହାତରେ ଭାରତର ରାଜକୋଷର ଚାବିକାଠି! ପ୍ରଥମ ଓଡିଆ ଭାବେ ଶକ୍ତିକାନ୍ତ ଦାସ ହେଲେ ଆରବିଆଇର ନୂଆ ଗଭର୍ଣ୍ଣର

5,027

କନକ ବ୍ୟୁରୋ :ଆରବିଆଇର ନୂଆ ଗଭର୍ଣ୍ଣର ହେଲେ ଶକ୍ତିକାନ୍ତ ଦାସ । ବର୍ତମାନ ଅର୍ଥ କମିସନଙ୍କ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଏହା ସହ ପ୍ରଥମ ଓଡିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇ ପାରିଛନ୍ତି ଶକ୍ତିକାନ୍ତ ଦାସ । ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରାଳୟର ସଚିବ ଦାୟିତ୍ୱ ବି ତୁଲାଇ ସାରିଛନ୍ତି ଶକ୍ତିକାନ୍ତ । ଗତକାଲି ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ ଉର୍ଜିତ ପଟେଲ । ଆଉ ତାପରେ କିଏ ହେବେ ଆରବିଆଇର ନୂଆ ଗଭର୍ଣ୍ଣର ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ଗଭର୍ଣ୍ଣର ଭାବେ ଅବସ୍ଥାପିତ କରାଯାଇଛି ।

ବିମୁଦ୍ରାକରଣ ନିଷ୍ପତି ବେଳେ ଶକ୍ତିକାନ୍ତ ଦାସ ଅର୍ଥମନ୍ତ୍ରାଳୟର ସଚିବ ରହିଥିଲେ । ବିମୁଦ୍ରାକରଣ ସମୟରେ ଲୋକଙ୍କୁ ସରକାରୀ ନିଷ୍ପତି ଓ ନିୟମ ସମ୍ପର୍କରେ ଅବଗତ କରିବା ହେଉ ଅବା ସରକାରଙ୍କ ନିଷ୍ପତି ନେଇ ଲୋକଙ୍କ ବିଶ୍ୱସନୀୟତା ସୃଷ୍ଟି କରିବା ହେଉ,ଶକ୍ତିକାନ୍ତ ବଡ ଭୂମିକା ନେଇଥିଲେ । ଏହା ସହ ବିମୁଦ୍ରାକରଣକୁ ନେଇ ଯେତେବେଳେ ବିବାଦ ବଢିଥିଲା ସେତେବେଳେ ବ୍ୟୁରୋକ୍ରାସିର ଚେହେରା ଭାବେ ସାମ୍ନାକୁ ଆସି କେନ୍ଦ୍ର ସରକାରଙ୍କ ସପକ୍ଷରେ ଯୁକ୍ତି ବାଢି ମୋଦିଙ୍କ ଗୁଡବୁକକୁ ଆସିଥିଲେ ଶକ୍ତିକାନ୍ତ ।୧୯୫୭ ମସିହାରେ ଓଡିଶାରେ ଜନ୍ମ ଗ୍ରହଣ କରିଥିବା ଶକ୍ତିକାନ୍ତ ଦାସ ୧୯୮୦ ବ୍ୟାଚର ଆଇଏଏସ । ଅବସର ନେବା ପରେ ବତର୍ମାନ ତାଙ୍କୁ ଆରବିଆଇର ୨୫ତମ ଗଭର୍ଣ୍ଣର ଭାବେ ଅପସ୍ଥାପିତ କରାଯାଇଛି ।