ବିଜେପିକୁ ନବୀନଙ୍କ ‘ଚାଷୀ’ ବାଣ ! ୫ ରାଜ୍ୟର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ନବୀନ ।

1,074

କନକ ବ୍ୟୁରୋ: ୫ଟି ରାଜ୍ୟର ଫଳାଫଳକୁ ନେଇ ବିଜେପି ଶିବିରରେ ଛନକା ପସିଥିବାବେଳେ ଓଡ଼ିଶାରୁ ତୀର ମାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ବିଜେପି ନିଜ ନୀତି ଯୋଗୁଁ ଏଭଳି ପରାଜୟ ଦ୍ୱାରା ଦେଖିଛି । କାରଣ ଯେଉଁ ସବୁ ରାଜ୍ୟ ବିଜେପି ହାତରୁ ଖସିଛି ସେଗୁଡ଼ିକ ଦେଶର ପ୍ରମୂଖ କୃଷି ଭିତ୍ତିକ ରାଜ୍ୟ । ଦୀର୍ଘଦିନ ଧରି ଏହି ସବୁ ରାଜ୍ୟରେ ଚାଷୀ ଭାଇମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପିକୁ ନେଇ ଦାବି ଉଠାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ କେନ୍ଦ୍ରରେ କ୍ଷମତାରେଥିବା ବଜେପି ସରକାର ।

naveenସେପଟେ ଛତିଶଗଡ଼ ଓ ରାଜସ୍ଥାନରେ କୃଷକମାନେ ବାରମ୍ବାର ଏମଏସପି ପ୍ରସଙ୍ଗରେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ ବାରମ୍ବାର ଦାବି କରିଥିଲେ । ହେଲେ ବିଜେପି ଏହାକୁ ଅଣଦେଖା କରିଥିଲା । ଯାହାର ପ୍ରଭାବ ଏହି ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ପ୍ରତିଫଳିତ ହେଲା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ ବିଜେପିକୁ ମାତ୍ ଦେଇ ବିଜୟ ତିଳକ ପିନ୍ଧିଥିବା କଂଗ୍ରେସ, ଏମଏନଏଫ ଏବଂ ଟିଆରଏସ ଦଳମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସବୁଠାରୁ ବଡ଼କଥା ହେଲା ଯେ ଏହି ନିର୍ବାଚନ ଫଳାଫଳ ଦେଶବାସୀଙ୍କୁ ମୁଡ଼୍ କ’ଣ ରହିଛି ବୋଲି ଦର୍ଶାଇଛି ବୋଲି କହିଛନ୍ତି ନବୀନ । ତେବେ ଆଗାମୀ ନିର୍ବାଚନ ପାଇଁ ବିଜେଡ଼ି ମଧ୍ୟ ପ୍ରସ୍ତୁତ ରହିଛି ଏବଂ ଲୋକଙ୍କ ସହିତ ମିଶି କାର୍ଯ୍ୟ କରୁଛି ବୋଲି କହିଛନ୍ତି ନବୀନ ।