ବଢିଲା ରିୟା ଚକବର୍ତୀଙ୍କ ଅଡୁଆ । ସୁଶାନ୍ତଙ୍କ ପାଇଁ ରିୟା କିଣୁଥିଲେ ଡ୍ରଗସ୍

288

କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତିଙ୍କ ପିଛା ଛାଡିବାର ନାଁ ଧରୁନାହିଁ ବିବାଦ । ଏବେ ମଧ୍ୟ ନାର୍କୋଟିକସ କଂଟ୍ରୋଲ୍ ବ୍ୟୁରୋର ରାଡାରରେ ଅଛନ୍ତି ରିଆ ଚକ୍ରବର୍ତି । ରିୟା ଓ ଅନ୍ୟ ୩୪ ଜଣ ଅଭିଯୁକ୍ତଙ୍କ ଉପରେ ଉଚ୍ଚ ବର୍ଗ ଓ ବଲିଉଡର ଲୋକଙ୍କୁ ଡ୍ରଗସ ସପ୍ଲାଇ କରୁଥିବାର ଚାର୍ଜ ଲଗାଯାଇଛି । ତେବେ ଦିବଗଂତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ନିଶାର ଅଭ୍ୟାସ କରାଇଥିବାର ଆରୋପ ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି । ତେବେ ସମସ୍ତ ଆରୋପୀଙ୍କ ବିରୋଧରେ ଧାରା ୨୭ ଓ ୨୭ ଏ ଲଗାଯାଇଛି । ଧାରା ୨୮ ଓ ଧାରା ୨୯ ଆଧାରରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ମାରିଜୁଆନା ନାମକ ନିଶା ପଦାର୍ଥର ଅଳ୍ପ ପରିମାଣକୁ ରିଆ ନିଜେ ନଗଦ ଅର୍ଥ ଦେଇ କିଣିଥିଲେ । ଆଉ ଏଥିରେ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତି ମଧ୍ୟ ସାମିଲ୍ ଥିଲେ । ତେବେ ଏହି ନିଶାପଦାର୍ଥକୁ ରିଆ ସୁଶାନ୍ତ ସିଂ ରାଜପୁତଙ୍କୁ ଦେଇଥିଲେ ବୋଲି ମଧ୍ୟ ରିଆଙ୍କ ନାଁରେ ଲାଗିଛି । ଏପରି ଏକ ଅଭିଯୋଗ ଭାରତର ଡ୍ରଗସ ନିରୋଧୀ ସଂସ୍ଥା ରିଆଙ୍କ ନାଁ ରେ ଆଣିଛି । ତେବେ ନିଜେ ରିଆ ମଧ୍ୟ ଏନେଇ ଏକ ଜାତୀୟ ଗଣମାଧ୍ୟମରେ ସ୍ୱୀକାର କରିଥିଲେ ଯେ ସୁଶାନ୍ତ ମାରିଜୁଆନା ନିଶାପଦାର୍ଥକୁ ଅତ୍ୟାଧିକ ମାତ୍ରାରେ ସେବନ କରୁଥିଲେ । କିନ୍ତୁ ସେ ତାକୁ ସୁଶାନ୍ତକୁ ଯୋଗାଉଥିଲେ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ । ଅନ୍ୟପଟେ ସେ ସୁଶାନ୍ତଙ୍କ ଅତ୍ୟଧିକ ନିଶାସେବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଠା କରୁଥିଲେ ବୋଲି ମଧ୍ୟ କହିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ୩ ଟି କେନ୍ଦ୍ରୀୟ ସଂସ୍ଥା ସିବିଆଇ ଏନସିବି ଓ ଇଡିର ନିଶାନାକୁ ଆସିଥିଲେ ରିଆ ଚକ୍ରବର୍ତି । ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ ରିଆ ଚକ୍ରବର୍ତି ଗିରଫ ହୋଇଥିଲେ । ତେବେ ଦୀର୍ଘ ଏକମାସ ପରେ ବମ୍ବେ ହାଇ କୋର୍ଟରୁ ସେ ଜାମିନ୍ ପାଇଥିଲେ । ଏହାପରେ ପୁଣିଥରେ ଏବେ ରିଆଙ୍କ ଚିନ୍ତା ବଢାଇଛି ଏନସିବିର ଖୋଳତାଡ ।