ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଫେରାର । ମାତିଲେ ପ୍ରଦର୍ଶନକାରୀ, ସବୁଠି ବିକ୍ଷୋଭ

56

କନକ ବ୍ୟୁରୋ : କେଉଁଠି ପୋଡ଼ାଜଳା ତ ପୁଣି କେଉଁଠି ବିକ୍ଷୋଭ, ପୁଲିସ ଓ ପ୍ରଦର୍ଶନକାରୀଙ୍କ ମୁହାଁମୁହିଁ ଭିତରେ ଥରି ଉଠିଲା ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ । ବୁଧବାର ସକାଳୁ ସକାଳୁ ରାଜଧାନୀରେ ହଲ୍ଲାବୋଲ କରିବା ସହ ସଂସଦ ଭବନ ଉପରେ କବଜା କରିଛନ୍ତି ହଜାର ସଂଖ୍ୟକ ବିକ୍ଷୋଭକାରୀ ଦେଶରେ ଏକପ୍ରକାର ଅରାଜକତା ସୃଷ୍ଟି ହୋଇଛି । ବୁଧବାର ରାଜଧାନୀ କଲୋମ୍ବୋରେ ଏଭଳି ସ୍ଥିିତି ଉପଜିଛି ଯାହା କଳ୍ପନା ବାହାରେ ରହିଛି । ସ୍ଥିତିକୁ ଆଖି ଆଗରେ ରଖି ପଶ୍ଚିମ ଶ୍ରୀଲଙ୍କାରେ ଜରୁରୀକାଳିନି ପରିସ୍ଥିତି ଲାଗୁ କରାଯାଇଛି ।

 

ପରିସ୍ଥିତି ଏମିତି ହୋଇଛି କି ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ହାଉସରେ ଧସେଇ ପଶିଛନ୍ି । ଏଥିସହ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ଇସ୍ତଫା ଦାବି କରି ଜୋରଦାର ହଙ୍ଗାମା କରିଛନ୍ତି ପ୍ରଦର୍ଶନକାରୀ । ସେପଟେ ଗୋଟବାୟା ଦେଶ ଛାଡି ଚାଲିଯିବା ପରେ ଶ୍ରୀଲଙ୍କାବାସୀ ରାଗରେ ନିଆ ହୋଇଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଯାହା ସବୁ ଘୁଟଛି ତାହା ହୁଏତ ୭୦ବର୍ଷର ସ୍ୱାଧୀନତା ଭିତରେ ପ୍ରଥମ ଥର ହୋଇଛି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶ ଛାଡି ମାଳଦ୍ୱୀପ ଚାଲିଗଲା ପରେ ବୁଧବାର ହଠାତ ଶ୍ରୀଲଙ୍କାର ସ୍ଥିତି ଅଧିକ ବିଗିଡବାରେ ଲାଗିଛି । ୧୩୯ ଦିନର ବିରୋଧ ପରେ ରାଜପକ୍ଷେ ମଙ୍ଗଳବାର ଇସ୍ତଫା ଦେଇଥିଲେ । ବର୍ତମାନ ସଂସଦରେ ବାଚସ୍ପତି ମହିନ୍ଦା ଆପା ଅବେବର୍ଦ୍ଧନ, ରାନିଲ ବିକ୍ରମ ସିଂଘେଙ୍କ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଯାଇଥିବା ଘୋଷଣା କରିଛନ୍ତି ।

ଶ୍ରୀଲଙ୍କ ଜନତା ଶନିବାର ରାଷ୍ଟ୍ରପତି ଭବନକୁ କବଜା କରିବା ପୂର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ । ରାଷ୍ଟ୍ରପତି ଭବନରେ ସାଧାରଣ ଜନତା କବଜା କରିବା ପରେ ଏହା ଏକ ପ୍ରକାର ପିକନିକ ସ୍ପଟରେ ପରିଣତ ହୋଇଛି । ଭବନ ଭିତରେ ଲୋକମାନେ ମଉଜମସ୍ତି କରୁଥିବା ଦେଖିବାକୁ ମିଳିଛି ।

ଗୋଟାବାୟା ୨୦୧୯ରେ ରାଷ୍ଟ୍ରପତି ପଦରେ ବସିଥିଲେ । ୨ ବର୍ଷ ୭ ମାସ ହେବ ସେ ଏହି ପଦରେ ରହିବା ପରେ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି । ସେହିପରି ତାଙ୍କ ଭାଇ ମହିନ୍ଦା ରାଜପାକ୍ଷେ ୨୦୦୫ରୁ ଲଗାତର ୧୦ ବର୍ଷ ରାଷ୍ଟ୍ରପତି ପଦରେ ରହିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ । କିନ୍ତୁ ବିରୋଧ ପରେ ମେ ୯ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।