ତଣ୍ଟି ଚିପି ମାରିଲେ, ମୁଣ୍ଡ କାଟି ନେଲେ । କଟାମୁଣ୍ଡ ମହିଳାଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଚିହ୍ନଟ ପାଇଁ ପୋଲିସ ମାରିଲା ପୋଷ୍ଟର । 

171

କନକ ବ୍ୟୁରୋ : ଚନ୍ଦକା ଦାସପୁର ରାସ୍ତାକଡରୁ ମହିଳାଙ୍କ କଟାମୁଣ୍ଡ ମିଳିବା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପ୍ରଥମେ ତଣ୍ଟି  ଚିପି ହତ୍ୟା କରାଯିବା ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡ ଅଲଗା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।  । ଅଧିକ ପ୍ରମାଣପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଚ୍ଚେଦ କରାଯାଇଛି । ଏମ୍ସରେ ରି ପୋଷ୍ଟମର୍ଟମ କରାଯାଇଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ ।

ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା ଯେ, ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି । ତଣ୍ଟି ଚିପି ଦେବାରୁ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ତାଙ୍କ ମୁଣ୍ଡ କାଟି ନିଆଯାଇଛି । ଏସବୁ ଭିତରେ ମୂୁଣ୍ଡ ବିହୀନ ମହିଳାଙ୍କୁ ଚିହ୍ନଟ ପାଇଁ ପୋଷାକ ଆଧାରରେ ପୋଷ୍ଟର ବନାଯାଇଛି । ଏହି ପୋଷ୍ଟରୁକୁ ସର୍ବସାଧାରଣ ସ୍ଥାନରେ ଲଗାଯାଇଛି ।  ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳା ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି । ମୃତ ମହିଳାଙ୍କ ସଠିକ ପରିଚୟ ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।