ଚାଷୀଙ୍କ ଚକାଜାମକୁ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ସିଂଘୁ, ଗାଜିପୁର, ଟିକରି ବର୍ଡରରେ ପୁଲିସ ଛାଉଣୀ

ଦେଶର ରାଜଧାନୀରେ ୫୦ ହଜାର ଫୋର୍ସ; ମୁତୟନ; ୧୨ରୁ ଅଧିକ ମେଟ୍ରୋ ଷ୍ଟେସନ ବନ୍ଦ

52

କନକ ବ୍ୟୁରୋ : ନୂତନ କୃଷି ଆଇନ୍‌କୁ ବିରୋଧ କରି ଆଜି ଦେଶବ୍ୟାପୀ ‘ଚକା ଜାମ୍‌’ ହେଉଥିବା ବେଳେ ଦିଲ୍ଲୀର ମେଟ୍ରୋ ଷ୍ଟେସନଗୁଡ଼ିକ‌ରେ ହାଇ ଆର୍ଲଟ ଜାରି କରାଯାଇଛି । ଏଥିସହ ଲାଲ୍ କିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି । ଦିଲ୍ଲୀ ପୁଲିସ୍‌ ଚିଠି ଲେଖି ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌କୁ ଆବଶ୍ୟକ ପଡ଼ିଲେ ପ୍ରାୟ ୧୨ଟି ମେଟ୍ରୋ ଷ୍ଟେସନ୍‌‌କୁ ସଟ୍‌ଡାଉନ୍‌ କରିବାକୁ ପ୍ରସ୍ତୁତ ରହିବାକୁ କହିଛି । ନୂଆଦିଲ୍ଲୀର ଡିସିପି ଡିଏମ୍‌ଆର୍‌ସିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଡିସିପି କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ମେଟ୍ରୋ କର୍ମଚାରୀମାନେ ପ୍ରସ୍ତୁତ ରହିବା ଉଚିତ ।

ଚାଷୀ କରୁଛି ଚକାଜାମ୍ :

– କୃଷି ଆଇନ ପ୍ରତ୍ୟାହାର ଦାବିରେ ଚକାଜାମ୍ ଆନ୍ଦୋଳନ
– ଦେଶବ୍ୟାପୀ ୩ଘଂଟିଆ ଚକାଜାମ କରୁଛି ଚାଷୀ ସଂଗଠନ
– ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ଅଖ, ଚକ ବନ୍ଦ
– ଦିଲ୍ଲୀ, ୟୁପି ଓ ‘ଚକା ଜାମ୍’ ଆନ୍ଦୋଳନକୁ ବାଦ
– ହିଂସାକାଣ୍ଡ ଆଶଙ୍କା ଯୋଗୁଁ କିଷାନ ୟୁନିୟନର ନିଷ୍ପତି
– ଦିଲ୍ଲୀରେ ୫୦ ହଜାର ସୁରକ୍ଷାକର୍ମୀ ମୁତୟନ
– ୧୨ଟି ମେଟ୍ରୋ ଷ୍ଟେସନ୍କୁ ବନ୍ଦ କରାଯାଇଛି
– ମଣ୍ଡି ହାଉସ, ଆଇଟିଓର ପ୍ରବେଶ-ପ୍ରସ୍ଥାନ ପଥ ବନ୍ଦ
– ଜନପଥ, ଲାଲ୍କିଲ୍ଲାର ପ୍ରବେଶ-ପ୍ରସ୍ଥାନ ପଥ ବନ୍ଦ
– ସୁରକ୍ଷା ଛାଉଣୀ ଭିତରେ ଦିଲ୍ଲୀର ଲାଲ୍କିଲ୍ଲା
– ଟିକିରି, ସିନ୍ଧୁ ଓ ଗାଜିପୁର ସୀମାରେ ସୁରକ୍ଷା କଡ଼ାକଡ଼ି