କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନନ୍ୟାରେ ଯୋଗଦେଲେ ବଲିଉଡ ନାୟିକା ରବୀନା ଟଣ୍ଡନ୍ ! କହିଲେ, ନିଜକୁ ଚିହ୍ନିବା ଦରକାର ନାରୀ

56

କନକ ବ୍ୟୁରୋ : କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନନ୍ୟାରେ ଯୋଗ ନେଇ ନାରୀଙ୍କୁ ଆତ୍ମ ନିର୍ଭରଶୀଳ ହେବା ନେଇ ବାର୍ତ୍ତା ଦେଇଛନ୍ତି ବଲିଉଡର ଭର୍ସାଟାଇଲ ଆକ୍ଟର ରବିନା ଟଣ୍ଡନ । ନାରୀ ମାନଙ୍କ ସମ୍ମାନ ଓ ଅଧିକାରର ବାର୍ତ୍ତା ନେଇ କନକ ନ୍ୟୁଜ ଓ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଥିଲା ଅନନ୍ୟାର ଦ୍ୱିତୀୟ ସଂସ୍କରଣ । ଏଥିରେ ଯୋଗେ ଦେଇ ରବିନା ଟଣ୍ଡନ କହିଛନ୍ତି ପ୍ରତ୍ୟକ ମହିଳା ନିଜ ଭିତରେ ଥିବା ନାରୀତ୍ୱକୁ ଚିହ୍ନିବାର ଆବଶ୍ୟକତା ରହିଛି ।

ସମସ୍ତଙ୍କ ଜୀବନରେ ଚାପ ଆସେ କିନ୍ତୁ ଏହି ଚାପକୁ ସାମ୍ନା କରିବା ପାଇଁ ମହିଳା ମାନେ ଆଗେଇ ଆସିବା ଉଚିତ । ଏଥିପାଇଁ ପ୍ରତ୍ୟକ ନାରୀଙ୍କୁ ପରିବାର ମଧ୍ୟ ସହଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏମିତିକି ମାତ୍ର ୨୧ ବର୍ଷ ବୟସରେ କେମିତି ସେ ଶିଶୁ କନ୍ୟାକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିି ସଫଳତାର ସହ ସେମାନଙ୍କ ଲାଳନ ପାଳନ କରିପାରିଥିଲେ ସେନେଇ ବି ନିଜ ଅନୁଭୂତି ବାଂଟିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତିଭାସମ୍ପର୍ଣ୍ଣ କିଛି ଶିଶୁ କନ୍ୟା ଓ ଯୁବ ପ୍ରତିଭାଙ୍କୁ ବି ସମ୍ମାନିତ କରାଯାଇଛି ।

ସୂଚନାଯୋଗ୍ୟ ଓଡ଼ିଶାକୁ ଗଢ଼ିବାର ସ୍ୱପ୍ନ । ଓଡ଼ିଶା ନିର୍ମାଣର ପରିକଳ୍ପନା । ଏହି ବାର୍ତ୍ତା ନେଇ କନକ ନ୍ୟୁଜ୍ ଏବଂ ସମ୍ବାଦ ପରିବାର ପକ୍ଷରୁ ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୧୮ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଓଡ଼ିଶାର ଜଣାଣୁଣା ଚିନ୍ତାନାୟକ, ପ୍ରଶାସକ ଓ ରାଜନେତାମାନେ ଭାଗ ନେଇ ଓଡ଼ିଶା ନିର୍ମାଣ ସଂପର୍କରେ ମତାମତ ରଖିଥିଲେ । ଓଡ଼ିଶାକୁ ଗଢ଼ି ତୋଳିବାର ଆକାଂକ୍ଷା । ନୂଆ ଓଡ଼ିଶା ନିର୍ମାଣର ସଂକଳ୍ପ । ଏମିତି କିଛି ଉର୍ଦ୍ଦେଶ୍ୟ ଦେଇ ଭୁବନେଶ୍ୱର ଅନୁଷ୍ଠିତ ହୋଇଥିଲା-ଓଡ଼ିଶା ନିର୍ମାଣ କନକ୍ଲେଭର ଦ୍ୱିତୀୟ ସଂକରଣ । ଚଳିତ ସଂସ୍କରଣରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା କିଛି ଚିନ୍ତାନାୟକମାନେ ଓଡ଼ିଶା ନିର୍ମାଣ ନେଇ ମତାମତ ରଖିଥିଲେ ।