ଚୂଡାନ୍ତ ସ୍ତରରେ ରଥକାମ ! ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା

32

କନକ ବ୍ୟୁରୋ: ରଥଯାତ୍ରାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ସମେତ ଆଖପାଖ ଅଂଚଳର ଅଗ୍ନିଶମ କେନ୍ଦ୍ରଗୁଡିକୁ ସଜାଗ କରି ରଖାଯାଇଛି । ପୁରୀ ସମୁଦ୍ରକୂଳ ଓ ୫ଟି ପୁଷ୍କରିଣୀ ନିକଟରେ ଲାଇଭଗାର୍ଡ, ବୋଟ୍ ଓ ସ୍କୁବା ଡାଇଭରଙ୍କୁ ମୁତୟନ କରାଯାଇଛି ।

ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଭିଡକୁ ଦେଖି ମାଳତୀପାଟପୁର, ତାଳବଣିଆ, ଶରଧାବାଲି, ପାନ୍ଥ ନିବାସ, ମହୋଦଧୀ, ପର୍ଯ୍ୟଟନ ଅଫିସରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ ଖୋଲାଯାଇଛି । ସୁରକ୍ଷିତ ଭାବରେ ଏବଂ ଶାନ୍ତି ଶୃଙ୍ଖଳା ଭାବରେ କିପରି ରଥଯାତ୍ରା ସରିବ ସେନେଇ ଉଦ୍ୟମ ଚାଲିଛି ।

ହସ୍ପିଟାଲ, ଶରଧାବାଲି, ଦିଗବାରେଣୀ ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ବଡ ଏଲଇଡି ଟିଭି ପ୍ରଥମ ଥର ପାଇଁ ଲଗାଯାଇଛି । ଏହା ସହ ପ୍ରଥମ ଥର ପାଇଁ ଫେସବୁକ୍ ଓ ଟ୍ୱିଟରରେ ରଥଯାତ୍ରା ଲାଇଭ୍ ପାଇଁ ବ୍ୟବସ୍ଥା ହୋଇଛି ।

ଶ୍ରୀଜିଉଙ୍କୁ ଅଣସର ପିଣ୍ଡିରେ ନବଯୌବନ ଦର୍ଶନ, ପହଣ୍ଡି, ରଥଯାତ୍ରା ଆଦିକାମ ସୁରୁଖୁରୁରେ ହେବା ନେଇ ସେବାୟତ ଓ ଭକ୍ତଙ୍କ ସହଯୋଗ କାମନା କରିଛି ପ୍ରଶାସନ । ପ୍ରଭୁଙ୍କ ଆଶିର୍ବାଦ ସହ ଭକ୍ତ ଓ ସେବାୟତଙ୍କ ସହଯୋଗରେ ଚଳିତ ବର୍ଷ ରଥଯାତ୍ରା ଭଲରେ ସରିବ ବୋଲି ଆଶା ରଖିଛି ପ୍ରଶାସନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –