ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ।  ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା 

194

କନକ ବ୍ୟୁରୋ : ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ । ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର କେମିତି ନୀତି ହେବ, ସମସ୍ତ ନୀତିନିର୍ଘଣ୍ଟ ହୋଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟ ହୋଇଛି । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା ୩୦ରେ ପହଣ୍ଡି ଆରମ୍ଭ ହେବ  । ଅପରାହ୍ନ ୨ଟାରେ ଛେରାପହଁରା ହେବ । ୩ଟାରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି ।

ସେହିପରି ବାହୁଡାରେ ୧୨ଟାରୁ ୨ଟା ୩୦ ମଧ୍ୟରେ ପହଣ୍ଡି, ୪ଟାରେ ରଥଟଣା ହେବ । ସେହିପରି ସ୍ନାନଯାତ୍ରା ପାଇଁ ନୀତିନିର୍ଘଣ୍ଟ ହୋଇଛି । ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ସକାଳ ୯ଟାରେ ଜଳଲାଗି ହେବ । ଦିନ ୧୧ଟାରେ ଗଜାନନ ବେଶ, ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । ଚଳିତ ଥର ୧୫ ଦିନ ହେବ ଅଣବସର ନୀତି । ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା  ଜାରି କରାଯାଇଛି  ।ପାଳିଆ ସେବାୟତଙ୍କୁ ଦିଆଯିବ ସ୍ୱତନ୍ତ୍ର ପାସ୍ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା ।