କନକ ବ୍ୟୁରୋ : ସବୁବେଳେ ବିବାଦରେ ରହୁଥିବା ବଲଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଗିରଫ । ସୂଚନା ଅନୁଯାୟୀ ମୁମ୍ବାଇରୁ ଗିରଫ କରିଛି ପଞ୍ଜାବ ପୁଲିସ । ରାମୟଣ ରଚୟିତା ଋଷି ବାଲ୍ମିକୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ମାମଲାରେ ରାକ୍ଷୀଙ୍କୁ ଗିରଫ କରିଛି ପୁଲିସ୍ । ରାକ୍ଷୀଙ୍କୁ ମାର୍ଚ୍ଚ ୯ତାରିଖରେ ଏହି ମାମଲାରେ କୋର୍ଟରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲା । କିନ୍ତୁ କୋର୍ଟରେ ହାଜର ନହେବାରୁ ତାଙ୍କ ନାମରେ ୱାରେଂଟ ଜାରି କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ରାକ୍ଷୀ ବାଲ୍ମିକୀଙ୍କୁ ନେଇ ୨୦୧୬ ଜୁଲାଇ ମାସରେ ବିବାଦୀୟ ଟିପ୍ପଣୀ କରିଥିଲେ । ଏହା ସହ ସୋସିଆଲ ମିଡିଆରେ ଆପତିଜନକ ଭିଡିଓ ମଧ୍ୟ ଲୋଡ୍ କରିଥିଲେ । ଯାହାକୁ ବିରୋଧ କରି ରାକ୍ଷୀଙ୍କୁ ଗିରଫ କରିବା ଦାବିରେ ରାସ୍ତାକୁ ଓହ୍ଲାଇଥିଲା ବାଲ୍ମିକୀ ସମ୍ପ୍ରଦାୟ । ଏହା ସହିତ ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।