ରାଜଶ୍ରୀଙ୍କ ମୃତ୍ୟୁ ମାମଲା: ଭାଇ କହିଲେ, ମୁଣ୍ଡ, ଆଖି ଓ ପାଦରେ ଲାଗିଛି ଆଘାତ ।

129

କନକ ବ୍ୟୁରୋ: କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଭାଇଙ୍କ ବିସ୍ଫୋରକ ବୟାନ । ରାଜଶ୍ରୀକୁ କୌଣସି କାରଣ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଲେ ପରିବାର ଲୋକେ । ଭାଇ କହିଲେ, ଚୟନରେ ନାଁ କଟିବା ପରେ ତର୍କ ନେଇ ସନ୍ଦେହ ବଢୁଛି, ଆଉ ଏଥିପାଇଁ ମୋ ଭଉଣୀକୁ ମାରି ଦିଆଯାଇଥିବା ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଅଭିଯୋଗ ଆଣିଛନ୍ତି ମୃତ ରାଜଶ୍ରୀଙ୍କ ଭାଇ ।

ସବୁଠାରୁ ବଡ଼ ଖୁଲାସା କରି ଭାଇ କହିଛନ୍ତି କି, ରାଜଶ୍ରୀର ମୃତ ଶରୀରର ମୁଣ୍ଡ, ଆଖି ଓ ପାଦରେ କ୍ଷତ ଚିହ୍ନ ଅଛି । ଏହାସହ ଓସିଏର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜଶ୍ରୀଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି ଯେ, ଓସିଏର ଖେଳାଳି ଚୟନରେ ପଇସା କାରବାର ହୋଇଛି । ଆଉ ଏଥିପାଇଁ ତାଙ୍କ ଭଉଣୀ ଚୟନରୁ ବାଦ୍ ପଡ଼ିଥିଲେ । ଏହାକୁ ନେଇ ଖୁବ୍ ଅସନ୍ତୁଷ୍ଟ ଥିଲେ ରାଜଶ୍ରୀ । ଏନେଇ ଓସିଏକୁ ପ୍ରଶ୍ନ ପଚାରିବେ ବୋଲି ରାଜଶ୍ରୀ କହିଥିବା ତାଙ୍କ ଭାଇ କହିଛନ୍ତି । ସେପଟେ ରାଜଶ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ମାରିଦିଆଯାଇଛି । ଏସବୁ ଭିତରେ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ତଦନ୍ତ ଆରମ୍ଭ କରିଛି ।