ବିହାର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଏକାସାଙ୍ଗରେ ଚାକିରିରୁ ବିଦାହେଲେ ୮୧ ଡାକ୍ତର

131

କନକ ବ୍ୟୁରୋ : ବିହାରରେ ନୀତିଶ କୁମାରଙ୍କ ଏକ ବଡ ନିଷ୍ପତ୍ତି କ୍ରମରେ ୮୧ ଜଣ ଡାକ୍ତରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୪ ଜଣ ଡାକ୍ତର ୫ବର୍ଷ ଧରି ଚାକିରିରେ ଅନୁପସ୍ଥିତ ଥିଲେ । ସରକାରଙ୍କର ଏଭଳି ନିଷ୍ପତ୍ତି ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଚମକାଇ ଦେଇଛି । ସେପଟେ ବିହାର ସରକାର ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଜନସହଯୋଗରେ ଜମି ଓ ଘର ହାସିଲ କରିବାକୁ ସ୍ୱିକୃତି ଦେଇଛନ୍ତି । ଏସବୁ ନିଷ୍ପତ୍ତି ଉପରେ ନୀତିଶ ସରକାରଙ୍କ କ୍ୟାବିନେଟ ମୋହର ମାରିଛି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବିହାର କ୍ୟାବିନେଟ ବୈଠକ ସମାପ୍ତ ହୋଇଛି । ଏହି ବୈଠକରେ ମୋଟ ୪୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଶିଳ୍ପ ବିଭାଗର ଭିନ୍ନ ଭିନ୍ନ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି । ଏହାସହ ରାଜ୍ୟର ବିଶ୍ୱ ବିଦ୍ୟାଳୟ ଓ ଅନ୍ୟ ମହାବିଦ୍ୟାଳୟର ଶିକ୍ଷକଙ୍କ ପଦୋନ୍ନତି ପାଇଁ କ୍ୟାରିଅର ଆଡଭାନ୍ସମେଣ୍ଟ ସ୍କିମ ୨୦୧୮କୁ ମଧ୍ୟ ସ୍ୱୀକୃତି ମିଳିଛି ।

ରାଜସ୍ୱ ଏବଂ ଭୂମି ସୂଧାର ସହିତ ଜଡିତ ଭିନ୍ନ ଭିନ୍ନ ପ୍ରସ୍ତାବ ମଧ୍ୟରେ ରେଳ ପାଇଁ ଔରଙ୍ଗାବାଦରେ ୨ଟି ଜମି ହସ୍ତାନ୍ତର କରାଯିବ । ଏହା ବ୍ୟତୀତ ଦରଭଙ୍ଗାରେ ନଗର ବିକାଶ ଓ ଗୃହ ବିଭାଗ ପାଇଁ ଜମି ହସ୍ତାନ୍ତର ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟର ମୋହର ବାଜିଛି ।