କହ୍ନୈୟାଲାଲ ହତ୍ୟାକାଣ୍ଡ : ସାମ୍ନାକୁ ଆସିଲା ଅଭିଯୁକ୍ତ ରିଆଜ ଓ ଗୌସଙ୍କ ଆତଙ୍କି ଲିଙ୍କ; ୨୦୧୪ରେ ପାକିସ୍ତାନର କରାଚିରେ ତାଲିମ ନେଇଥିଲା ଗୌସ

313

କନକ ବ୍ୟୁରୋ : ଉଦୟପୁରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ମୁଖ୍ୟମନ୍ତ୍ରୀଙ୍କ ସହ ଗୃହରାଜ୍ୟ ମନ୍ତ୍ରୀ ଓ ପୋଲିସ ଡିଜି ମଧ୍ୟ ଉଦୟପୁର ଯାଇଛନ୍ତି । ଦରଜୀ କହ୍ନୈୟାଲାଲଙ୍କ ପରିବାର ଲୋକଙ୍କ ସହ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ରାଜସ୍ଥାନ ସରକାର କହ୍ନୈୟାଲାଲଙ୍କ ପରିବାରକୁ ୫୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଏହି ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ କହ୍ନୈୟାଲାଲଙ୍କ ପରିବାରକୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ହତ୍ୟାକାରୀଙ୍କୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି କହ୍ନୈୟାଲାଲଙ୍କ ପରିବାର । କହ୍ନୈୟାଲାଲଙ୍କୁ ହତ୍ୟା ଘଟଣାରେ ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଛି । ହତ୍ୟାକାରୀ ପାକିସ୍ତାନ ପାଇଁ ଜଣେ ମୌଲାନାଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଜଣାପଡ଼ିଛି । ଦୁଇ ଅଭିଯୁକ୍ତ କରାଚିରେ ପ୍ରଶିକ୍ଷଣ ନେଇଥିଲେ ।

୨୦୧୪-୧୫ରେ ଉଭୟ ନେପାଳ ରାସ୍ତା ଦେଇ ପାକିସ୍ତାନ ଯାଇଥିଲେ । ସେଠାରେ ଜଣେ ମୌଲାନାଙ୍କଠାରୁ ୧୫ ଦିନ ପ୍ରଶିକ୍ଷଣ ନେଇଥିଲେ । ଏବେ ଏହି ହତ୍ୟାକାଣ୍ଡର ତଦନ୍ତଭାର ଏନ୍ଆଇଏ ନିଜ ହାତକୁ ନେଇଛି । ଏନ୍ଆଇଏ ୮ରୁ ୧୦ଟି ମୋବାଇଲ ନମ୍ବର ଟ୍ରେସ୍ କରୁଛି । ଏହି ନମ୍ବର ଗୁଡିକର ଲୋକେସନ୍ ଭାରତ ଏବଂ ପାକିସ୍ତାନରେ ଥିବା ଦେଖାଉଛି ।

ଗୁଲାମ ଗୌସର ପାକିସ୍ତାନ ଲିଙ୍କ୍

– କହ୍ନେୟାଲାଲ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ରିୟାଜ ଅନସାରୀ ଓ ଗୌସ ମହମ୍ମଦ
– ରିୟାଜ ଓ ଗୌସଙ୍କର ରହିିଛି ଆତଙ୍କୀ ଲିଙ୍କ୍
– ଏଥିପାଇଁ ଦୁହେଁ ପାକିସ୍ତାନରେ ଆତଙ୍କୀ ସଂଗଠନ ସହ ନେଇଥିଲେ ଟ୍ରେନିଂ
– ୨୦୧୪ରେ ଗୁଲାମ ଗୌସ ପାକିସ୍ତାନର କରାଚୀ ଯାଇଥିଲା
– ୪୫ ଦିନ ଧରି କରାଚିରେ ନେଇଥିଲା ତାଲିମ
– ପାକିସ୍ତାନରେ ଜଣେ ମୌଲାନାଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ
– ୨୦୧୮-୧୯ରେ ଆରବ ଦେଶ ଯାତ୍ରା କରିଥିଲା ଗୁଲାସ ଗୌସ
– ଗତବର୍ଷ ନେପାଳ ଯାଇଥିବା ସୂଚନା
– ଦୁହିଁଙ୍କୁ ଆଇଏସଆଇଏସର ଏକ ଭିଡିଓରେ ଦେଖିବାକୁ ମିଳିଥିଲା
– ଦୁହିଁଙ୍କର ରହିଛି ଆତଙ୍କୀ ସଂଗଠନ ଦାୱତ-ଇ-ଇସଲାମି ସହ ଲିଙ୍କ୍
– ଏନ୍ଆଇଏ ତଦନ୍ତରରେ ୮ରୁ ୧୦ଟି ମୋବାଇଲ ନମ୍ବର ଟ୍ରେସ୍
– ନମ୍ବର ଗୁଡିକର ଲୋକେସନ୍ ଭାରତ ଏବଂ ପାକିସ୍ତାନ ଦେଖାଉଛି
– ପାକିସ୍ତାନ ସହ ଆରବ ଦେଶ ସହ ମଧ୍ୟ ଯୋଗାଯୋଗରେ ଥିଲେ

ଦଙ୍ଗା ପାଇଁ ହତ୍ୟା

– ପାକିସ୍ତାନରୁ ଫେରିବା ପରେ ଉଦୟପୁରରେ ଯୁବକଙ୍କୁ ଉସକାଉଥିଲେ ରିୟାଜ ଓ ଗୌସ୍
– ଦୁହିଁଙ୍କ ସହ ଥିଲେ ୱାସିମ ଅଖତରୀ ଓ ଅଖତର ରାଜା
– ଇସଲାମ ନାଁରେ ହ୍ୱାଟ୍ସଆପ୍ ଗ୍ରୁପ୍ କରି ହଜାର ହଜାର ଲୋକଙ୍କୁ ଯୋଡ଼ିଥିଲେ
– କହ୍ନେୟାଲାଲଙ୍କୁ ହତ୍ୟା କରିବାର ଭିଡିଓ ଏହି ଗ୍ରୁପରେ ପୋଷ୍ଟ କରିଥିଲେ
– ହତ୍ୟାକାଣ୍ଡ ପରେ ଦୁହେଁ ବାଇକରେ ପଳାୟନ କରିଥିଲେ
– ବାଇକର ନମ୍ବର ୨୬୧୧ ଥିଲା, ଯାହା ମୁମ୍ବାଇ ଆକ୍ରମଣର ତାରିଖ ଥିଲା
– ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ୬ଟି ସ୍ଥାନରେ ହୋଇଥିଲା ଆତଙ୍କୀ ହମଲା
– କହ୍ନେୟାଲାଲଙ୍କୁ ହତ୍ୟା କରିବା ପୂର୍ବରୁ ବାଇକକୁ ୭୦ ମିଟର୍ ଦୂରରେ ରଖିଥିଲେ
– ରିୟାଜର ବାପା ଅବଦୁଲ ଜୈସଲାମରରେ ୱେଲ୍ଡିଂ କାମ କରୁଥିଲେ
– ବାପାଙ୍କ ଦେହାନ୍ତ ପରେ ସେ ୨୦୦୧ରେ ଉଦୟପୁର ଆସିଥିଲା
– ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ରକୁ ଏସକେ ଇଞ୍ଜିନିୟରିଂ ୱର୍କ୍ସରେ ତିଆରି କରିଥିଲେ
– ହତ୍ୟାକାଣ୍ଡ ପୂର୍ବରୁ ଏହି ଫ୍ୟାକ୍ଟ୍ରୀରେ କରିଥିଲେ ଭିଡିଓ ସୁଟ୍
– ଫ୍ୟାକ୍ଟ୍ରୀରୁ ଜବତ ହୋଇଥିଲା ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ର