ବାହୁବଳୀ ଭଳି ଆଉ ଏକ ୩୦୦ କୋଟି ଟଙ୍କାର ଫିଲ୍ମ ନିର୍ମାଣ କରିବେ ରାଜାମୌଲୀ : ଜାଣନ୍ତୁ କ’ଣ ଏବଂ କିଏ ରହିବେ ମେଗାଷ୍ଟାର ?

ଫିଲ୍ମରେ ପରସ୍ପରକୁ ଟକ୍କର ଦେବେ ଏହି ଦୁଇ ସୁପରଷ୍ଟାର

645

ଭାରତର ସୁପରହିଟ୍ ଫିଲ୍ମ ‘ବାହୁବଳୀ’ ନିର୍ମାଣ କରିବା ପରେ ନିର୍ଦ୍ଦେଶକ ଏସ. ଏସ. ରାଜମୌଲୀ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ଟାଇଟଲ ରହିଛି ‘ଆର ଆର ଆର’ । ଏହି ଫିଲ୍ମର ଓପନିଂ ସେରେମୋନି ଆଜି ଅନୁଷ୍ଠିତ ହୋଇଛି । ଫିଲ୍ମରେ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ପରି ମେଗାଷ୍ଟାର ଲିଡ୍ ରୋଲରେ ନଜର ଆସିବେ । ଫିଲ୍ମର ଓପନିଂ ସେରେମୋନିରେ ବାହୁବଳୀ ପ୍ରଭାସ ଏବଂ ଭଲ୍ଲାଲ ଦେବ ରୋଲ ପ୍ଲେ କରିଥିବା ରାଣା ଦାଗୁବତୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏହି ଫିଲ୍ମର ଓପନିଂ ସେରେମୋନିରେ ଅଭିନେତ୍ରୀଙ୍କ ବିଷୟରେ ଖୁଲାସା କରାଯାଇନାହିଁ ।

‘ଆର ଆର ଆର’ ଫିଲ୍ମକୁ ରାଜମୌଲୀ, ରାମଚରଣ ଏବଂ ରାମା ରାଓଙ୍କ ସହିତ ଯୋଡା ଯାଉଛି । ପ୍ରକୃତରେ ଏହି ଫିଲ୍ମର ନାମ ହେଉଛି ‘ରାମା ରାବଣା ରାଜ୍ୟମ୍’ । ଡିଭିଭି ଏଣ୍ଟରଟେନମେଣ୍ଟ ବ୍ୟାନରରେ ନର୍ମିତ ଏହି ଫିଲ୍ମରେ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ବାହୁବଳୀ ପରି ଫିଲ୍ମରେ ଜବରଦସ୍ତ ଆକ୍ସନ ରହିବ ବୋଲି ଶୁଣିବାକୁ ମିଳିଛି ।

ଖବର ଅନୁସାରେ, ଏହି ଫିଲ୍ମ ଏକ ପିରିୟଡିକ ଡ୍ରାମା ଫିଲ୍ମ ହେବ । ଏହି ଫିଲ୍ମ ପାଇଁ ଏକ ଗାଁର ନିର୍ମାଣ କରାଯାଇଛି । ଯାହାକୁ ୧୯୨୦ର ରୂପ ଦିଆଯାଇଛି । ଫିଲ୍ମକୁ ହାଇଦ୍ରାବାଦରେ ସୁଟ କରାଯିବ । ଖବର ଅନୁସାରେ ବାହୁବଳୀର ପ୍ରଥମ ପାର୍ଟର ବଜେଟ୍ ୧୮୦ କେଟି ଏବଂ ଦ୍ୱିତୀୟ ପାର୍ଟର ୨୫୦ କୋଟି ହୋଇଥିବାବେଳେ ଏହି ଫିଲ୍ମର ବଜେଟ୍ ୩୦୦ କୋଟି ରହିଛି । ଏହା ସବୁଠାରୁ ଅଧିକ ବଜେଟର ଫିଲ୍ମ ହେବାକୁ ଯାଉଛି । ଫିଲ୍ମର ଲଂଚ ପରେ ଲୋକେ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।