ବର୍ଷା ବିତ୍ପାତ ଜାରି । ଓଡିଶାରେ ଗତ ୨୪ ଘଣ୍ଟାରେ କେଉଁ ବ୍ଲକରେ ହୋଇଛି କେତେ ବର୍ଷା

37

କନକ ବ୍ୟୁରୋ: ବର୍ଷା କରିଛି ବେହାଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଘେରରେ ରାଜ୍ୟବାସୀ । ଏସଆରସିଙ୍କ ବର୍ତ୍ତମାନ ରିପୋର୍ଟ ଅନୁସାରେ ପାଖାପାଖି ୧୬ଟି ବ୍ଲକରେ ପ୍ରାୟ ୨ଶହ ମିଲିମିଟରୁ ଅଧିକ ପରିମାଣ ବର୍ଷା ରେକର୍ଡ କରାଯାଇଛି ।

ପୁରୀ- ୩୨୨ ମିିଲିମିଟିର

ବ୍ରହ୍ମଗିରୀ- ୨୯୩ ମିିଲିମିଟିର

ରାମପୁର- ୨୮୮.୪ ମିିଲିମିଟିର

ଝୁନାଗଡ଼- ୨୫୬ ମିିଲିମିଟିର

ଜଟଣୀ- ୨୫୫ ମିିଲିମିଟିର

ଡେଲାଙ୍ଗ- ୨୪୫ ମିିଲିମିଟିର

ତେନ୍ତୁଲିଖୁଣ୍ଟି- ୨୪୧. ୪ ମିିଲିମିଟିର

ପିପିଲି- ୨୪୦ ମିିଲିମିଟିର

କେଶିଙ୍ଗା- ୨୩୭ ମିିଲିମିଟିର

କାଶିପୁର- ୨୨୩ ମିିଲିମିଟିର

ବୈପାରୀଗୁଡ଼ା- ୨୨୦ ମିିଲିମିଟିର

ନର୍ଲା- ୨୧୨. ୭ ମିିଲିମିଟିର

ଜୟୀପାଟଣା- ୨୧୦ ମିିଲିମିଟିର

କୋରକୁଣ୍ଡା- ୨୦୧୮ ମିିଲିମିଟିର

ବାରଙ୍ଗ- ୨୦୫ ମିିଲିମିଟିର

କଲାମପୁର- ୨୦୦ ମିିଲିମିଟିର

ଏଭଳି ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ଘର ଭିତରେ ପାଣି ପଶିଯାଇଛି । ଅନ୍ୟପଟେ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଯାଇଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଥିଲା ଆଂଚଳିକ ପାଣିପାଗ ବିଭାଗ ।