ରେଳ ଲାଇନ୍ ନେଇଗଲେ ଚୋର । ୨ କିଲୋମିଟର ଯାଏଁ ରେଲୱେ ଟ୍ରାକ୍ ଗାଏବ

22,157

କନକ ବ୍ୟୁରୋ: ବିହାରରେ ରେଳ ଇଞ୍ଜିନ୍ ଓ ମୋବାଇଲ ଟାୱାର ପରେ ଏବେ ରେଳ ଲାଇନକୁ ନେଇଗଲେଣି ଚୋର । ଏଭଳି ଘଟଣା ଘଟିଛି ସମସ୍ତିପୁରରେ । ଏଠାରେ ୨ କିଲୋମିଟର ଯାଏଁ ରେଲୱେ ଟ୍ରାକ୍ ଗାଏବ ହୋଇଯାଇଛି । ଏହା ସୂଚନା ମିଳିବା ମାତ୍ରେ ହଇଚଇ ସୃଷ୍ଟି ହୋଇଛି । ଏହାସହ ଏହି ମାମଲାରେ ୨ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ବିହାରରେ ରେଲୱେ ସ୍କ୍ରାପ ବିକିବା ବିବାଦ ଥମିନଥିବାବେଳେ ଏବେ ପୁଣି ରେଳ ଲାଇନ୍ ଚୋରୀ ହେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କହିରଖୁଁ, ସମସ୍ତିପୁର ରେଳମଣ୍ଡଳର ପଣ୍ଡୌଲଷ୍ଟେସନରୁ ଲୋହଟ ଚିନି ମିଲ ପାଇଁ ନିର୍ମାଣ ହୋଇଥିବା ଏହି ରେଲୱେ ଟ୍ରାକ ଚୋରୀ ହୋଇଯିବା ପରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।