ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମାମାଡ : ଖାଇବା ପରେ ବଚସାକୁ ନେଇ ହୋଟେଲ ଉପରେ ବୋମାମାଡ କଲେ ଦୁର୍ବୃତ୍ତ ;୩ ଆହତ ମେଡିକାଲରେ ଭର୍ତ୍ତି

579

କନକ ବ୍ୟୁରୋ : ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମାମାଡ । ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି । ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଖାଇବା ପରେ ଟଙ୍କା ଦେବାକୁ ନେଇ ବଚସା ହୋଇଥିଲା । ଏହା ପରେ ବୋମାମାଡ କରାଯାଇଥିବା କୁହାଯାଉଛି । ଏଥିରେ ଆହତ ହୋଇଥିବା ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।