ଭାରତ ପାଇଁ ପୁଣି ଗୌରବ ଆଣିଲେ ରିକି କେଜ୍ । ‘ଡିଭାଇନ୍ ଟାଇଡ୍ସ’ ପାଇଁ ଜିତିଲେ ଦ୍ୱିତୀୟ ଗ୍ରାମୀ

159

କନକ ବ୍ୟୁରୋ: ସଙ୍ଗୀତ କ୍ଷେତ୍ରରେ ଭାରତ ପାଇଁ ପୁଣି ଗୌରବ ଆଣିଲେ ରିକି କେଜ୍ । ନିଜର ମ୍ୟୁଜିକ୍ ଆଲବମ୍ ‘ଡିଭାଇନ୍ ଟାଇଡ୍ସ’ ପାଇଁ ଜିତିଲେ ଦ୍ୱିତୀୟ ଗ୍ରାମୀ ଆୱାର୍ଡ । ସେ ବ୍ରିଟଶ୍ ରକ୍ ବ୍ୟାଣ୍ଡ ସହ ମିଶି ଏହି ମ୍ୟୁଜିକ୍ ଆଲବମ୍ କରିଥିଲେ । ତାଙ୍କର ଏହି ଆଲବମ୍ ସମାଜରେ ମାନବ ଜୀବନର ମୂଲ୍ୟବୋଧକୁ ପ୍ରତିପାଦିତ କରୁଛି ।

‘ଡିଭାଇନ୍ ଟାଇଡ୍ସ’ ଆଲବମରେ ରହିଛି ମୋଟ ୯ଟି ଗୀତ । ଏହା ପୂର୍ବରୁ ମଧ୍ୟ ସେ ୨୦୧୫ରେ ନିଜର ଆଲବମ୍ ‘ୱଣ୍ଡସ୍ ଅଫ୍ ସମସାରା’ ପାଇଁ ପ୍ରଥମ ଗ୍ରାମୀ ଆୱାର୍ଡ ପାଇଥିଲେ । ବିଶ୍ୱ ସଙ୍ଗୀତ କ୍ଷେତ୍ରରେ ବିଶେଷ ଉପଲବ୍ଧି ରଖୁଥିବା ସଙ୍ଗୀତକାରଙ୍କୁ ଏହି ବିଶେଷ ପୁରସ୍କାର ଦିଆଯାଏ । ୧୯୫୯ରୁ ଏହାକୁ ରେକଡିଙ୍ଗ ଏକାଡେମୀ ଦ୍ୱାରା ଦିଆଯାଉଛି ।