କଂଗ୍ରେସ ମହାଧିବେଶନରେ ମନ୍ତ୍ର ଫୁଙ୍କିଲେ ରାହୁଲ ଗାନ୍ଧୀ ! କହିଲେ, କଂଗ୍ରେସ ହିଁ ଦେଶକୁ ଉତ୍ତମ ରାସ୍ତା ଦେଖାଇ ପାରିବ

45

କନକ ବ୍ୟୁରୋ: ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ କଂଗ୍ରେସ ମହାଅଧିବେଶନ ଚାଲିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ମହାଅଧିବେଶନର ଦ୍ୱିତୀୟ ଦିନ । ଅଧିବେଶନକୁ ସମ୍ବୋଧିତ କରି ରାହୁଲ ପ୍ରଥମେ ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଟାର୍ଗେଟ କରିଛନ୍ତି ।

ଋାହୁଲ କହିଛନ୍ତି କି, ଦେଶରେ ଉତ୍ତେଜନା ସୃଷ୍ଟି କରାଯାଇ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରାଯାଉଛି । ଜଣେ ବ୍ୟକ୍ତିକୁ ଅନ୍ୟଜଣେ ବ୍ୟକ୍ତି ସହ ଲଢେଇ କରାଯାଉଛି । ହେଲେ ଆମର କାମ ସମସ୍ତଙ୍କୁ ଯୋଡିବା । କଂଗ୍ରେସର ମୂଳ ଉଦ୍ଦେଶ୍ୟ ସମସ୍ତଙ୍କୁ ଏକଜୁଟ କରି ଦେଶର ବିକାଶ ପାଇଁ କାମ କରିବା ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଦେଶର ଯୁବ ଗୋଷ୍ଠୀ ଜାଣିପାରୁ ନାହାନ୍ତି, ସେମାନେଙ୍କୁ କେବେ ରୋଜଗାର ମିଳିବ, ଚାଷୀଙ୍କୁ କେବେ ହକ ମିଳିବ ।

ତେଣୁ କଂଗ୍ରେସ ହିଁ ଦେଶକୁ ଉତମ ରାସ୍ତା ଦେଖାଇ ପାରିବ ବୋଲି ରାହୁଲ କହିଛନ୍ତି । ବିରୋଧୀ ଉତେଜନା ପ୍ରୟୋଗ କରୁଥିବା ବେଳେ କଂଗ୍ରେସ ପ୍ରେମ ଓ ଭାଇଚାରା ପ୍ରୟୋଗ କରିବ । କଂଗ୍ରେସ ସମସ୍ତଙ୍କୁ ସାଥିରେ ନେଇ କାମ କରିବ କାହାକୁ ମଧ୍ୟ ପଛରେ ଛାଡିବ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।